Site icon ଆଜିକାଲି

ସଂସଦ ସୁରକ୍ଷା ମାମଲାରେ ଷଷ୍ଠ ଅଭିଯୁକ୍ତ ମହେଶ କୁମାୱତ ଗିରଫ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ମାମଲାରେ ଆଉ ଜଣେ ଅଭିଯୁକ୍ତ ମହେଶ କୁମାୱତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୁମାୱତଙ୍କୁ ୭ ଦିନ ପାଇଁ ପୋଲିସ ହାଜତକୁ ପଠାଇଛନ୍ତି କୋର୍ଟ। କୁମାୱତ ହେଉଛନ୍ତି ସଂସଦ ଭଙ୍ଗ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କ ସହଯୋଗୀ । ଏହି ମାମଲାରେ ଏହା ହେଉଛି ଷଷ୍ଠ ଗିରଫ।

ଏହି ମାମଲାରେ ପୋଲିସ ସମ୍ପ୍ରତି ମହେଶ କୁମାୱତଙ୍କୁ ପଚରାଉଚରା କରୁଛି। ସଂସଦ ସୁରକ୍ଷା ଭଙ୍ଗ ଷଡ଼ଯନ୍ତ୍ରରେ ଲଲିତଙ୍କୁ ମହେଶ ସାହାଯ୍ୟ କରିଥିବା ଓ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ମହେଶ କୁମାୱତ ଗୁରୁବାର ରାତିରେ ଲଲିତ ଝାଙ୍କ ସହ ପୋଲିସ ଥାନାକୁ ଆସିଥିଲେ । ଉଭୟଙ୍କୁ ସ୍ପେଶାଲ୍ ସେଲକୁ ହସ୍ତାନ୍ତର କରାଯାଇଥିଲା। ସେବେଠୁ ତାଙ୍କୁ ଜେରା କରୁଥିଲା ଦିଲ୍ଲୀ ପୋଲିସ ।

Exit mobile version