Site icon ଆଜିକାଲି

ଷ୍ଟାଲିନଙ୍କ କ୍ୟାବିନେଟରେ ସାମିଲ ହେଲେ ପୁଅ ଉଦୟନିଧି

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ବଡ଼ ପୁଅ ଉଦୟନିଧି ଆଜି କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଭାବେ ତାଙ୍କ ବାପାଙ୍କ କ୍ୟାବିନେଟରେ ଯୋଗ ଦେଇଛନ୍ତି। ଦ୍ରାବିଡ ମୁନ୍ନେତ୍ର କଜଗମ୍ (ଡିଏମକେ)ର ବିଧାୟକ ତଥା ଦଳର ୟୁଥ୍ ୱିଙ୍ଗ୍ ସମ୍ପାଦକ ଉଦୟନିଧି ଷ୍ଟାଲିନଙ୍କୁ ରାଜ୍ୟପାଳ ଆରଏନ୍ ରବିଙ୍କ ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ଉପସ୍ଥିତିରେ ରାଜ ଭବନରେ ଏକ ନିରାଡ଼ମ୍ବର ସମାରୋହରେ ଉଦୟନିଧି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ତାଙ୍କର ଟ୍ରେଡ୍ ମାର୍କ ଧଳା ସାର୍ଟ ପିନ୍ଧି ଉଦୟନିଧି ତାଙ୍କ ବାପା ତଥା ପାର୍ଟି ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ଶୈଳୀରେ ହିଁ ତାମିଲ ଭାଷାରେ ଶପଥ ନେଇଥିଲେ। ତାଙ୍କ ସାର୍ଟରେ ଡିଏମକେର ଯୁବ ୱିଙ୍ଗର ଲୋଗୋ ଛପା ଯାଇଥିଲା। ଶପଥ ଗ୍ରହଣ ସମାରୋହ ୧୦ ମିନିଟ୍ ମଧ୍ୟରେ ଶେଷ ହୋଇଥିଲା | ରାଜ୍ୟ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତାମାନେ ୪୫ ବର୍ଷ ବୟସ୍କା ଉଦୟନିଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Exit mobile version