Site icon ଆଜିକାଲି

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ। ରୁଟିନ୍ ଚେକ୍ଅପ୍ ପାଇଁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ସେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଯୋଗ ଦେଇଥିଲେ।

ଏବେ ଭାରତ ଯୋଡ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଗତକାଲି ଠାରୁ ଆରମ୍ଭ ହୋଇଛି । ଏହି ଯାତ୍ରା ଉତ୍ତର ପ୍ରଦେଶରେ ପ୍ରବେଶ କରିଛି । ହସ୍ପିଟାଲରେ ଭର୍ତ୍ତି ତାଙ୍କ ମା’ଙ୍କୁ ଭେଟିବାକୁ ଭାରତ ଯୋଡୋ ଯାତ୍ରାରୁ ସମୟ ବାହାର କରି ରାହୁଲ ଆଜି ଦିଲ୍ଲୀ ଫେରିବେ ବୋଲି କୁହାଯାଇଛି ।

Exit mobile version