Site icon ଆଜିକାଲି

‘ଭାରତ ଯୋଡ ଯାତ୍ରା’ରେ ସାମିଲ ହେଲେ ସୋନିଆ

ବେଙ୍ଗାଲୁରୁ : କଂଗ୍ରେସ ପକ୍ଷରୁ ଜାରି ରହିଥିବା ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ ଗୁରୁବାର କର୍ଣ୍ଣାଟକର ମାଣ୍ଡା ଜିଲ୍ଲାରୁ ଯାତ୍ରାରେ ଅଂଶଗ୍ରହଣ କରିବା ସହ ପଦଯାତ୍ରା ମଧ୍ୟ କରିଛନ୍ତି । ଆରମ୍ଭରୁ ପୁଅ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯାତ୍ରାର ନେତୃତ୍ବ ନେଇ ଆସୁଥିଲା ବେଳେ ଏବେ ସୋନିଆ ଦଳୀୟ ହାଇକମାଣ୍ଡ ନିର୍ବାଚନ ପାଇଁ ଦିଲ୍ଲୀରେ ବ୍ୟସ୍ତ ଥିଲେ । ତେବେ ଯାତ୍ରା ପ୍ରାୟ ଏକ ମାସରେ ପହଞ୍ଚିବାକୁ ଯାଉଥିବା ବେଳେ ସେ ଏଥିରେ ପ୍ରତ୍ୟେକ୍ଷ ଭାବେ ସେ ସାମିଲ ହୋଇଛନ୍ତି ।

ଆଜି ମାଣ୍ଡ୍ୟାରୁ ସୋନିଆ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସୋନିଆଙ୍କ ସହ ରାହୁଲ ଗାନ୍ଧୀ, ଦଳର ବହୁ କେନ୍ଦ୍ରୀୟ ନେତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ଅଛନ୍ତି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଯାତ୍ରା ପ୍ରାୟ ଏକ ମାସର ନିକଟବର୍ତ୍ତୀ ହୋଇଛି । ତାମିଲନାଡୁ ଓ କେରଳ ପରିକ୍ରମା ଶେଷ କରିବା ପରେ ତୃତୀୟ ରାଜ୍ୟ ଭାବେ କର୍ଣ୍ଣାଟକରେ ପରିକ୍ରମା ଜାରି ରଖିଛି ଦଳ ।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ‘ଭାରତ ଯୋଡୋ ଯାତ୍ରା’ରେ ୧୫୦ ଦିନ ମଧ୍ୟରେ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବାର ଲକ୍ଷ୍ୟ ସ୍ଥିର କରିଛି କଂଗ୍ରେସ । ଏହି କାର୍ଯ୍ୟକ୍ରମ କନ୍ୟାକୁମାରୀରେ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହେବ । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି ଦଳ । ଦରଦାମ ଓ ମୁଦ୍ରାସ୍ପୀତି ବୃଦ୍ଧି, ବେରୋଜଗାରୀ ପରି ପ୍ରମୁଖ ପ୍ରସଙ୍ଗକୁ ନେଇ ଲୋକଙ୍କୁ ଭେଟିବାରେ ଲାଗିଛି ଦଳ ।

Exit mobile version