Site icon ଆଜିକାଲି

ମେଡିକାଲ ଚେକ୍ଅପ୍ ପାଇଁ ବିଦେଶ ଯିବେ ସୋନିଆ ଗାନ୍ଧୀ, ସାଙ୍ଗରେ ଯିବେ ପ୍ରିୟଙ୍କା ଓ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମେଡିକାଲ ଚେକ୍ଅପ୍ ପାଇଁ ଶୀଘ୍ର ବିଦେଶ ଯିବେ । ସୋନିଆଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀ ମଧ୍ୟ ଯିବେ। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ତେବେ ସୋନିଆ କେବେ ବିଦେଶ ଯିବେ ସେ ସ୍ପଷ୍ଟ କରି ନାହାଁନ୍ତି।

ରମେଶ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀ ସେପ୍ଟେମ୍ବର ୪ରେ ରାମଲୀଲା ମୈଦାନରେ କଂଗ୍ରେସର ‘ମହଙ୍ଗାଇ ପର୍ ହଲ୍ଲା ବୋଲ’ ରାଲିରେ ଉପସ୍ଥିତ ରହିବେ। ସେ ଏକ ବିବୃତ୍ତିରେ କହିଛନ୍ତି, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଡାକ୍ତରୀ ପରୀକ୍ଷା ପାଇଁ ବିଦେଶ ଯିବେ। ରାହୁଲ ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖା କରିବାକୁ ଯିବେ ଓ ସ୍ବଦେଶ ଫେରିବେ । ରମେଶ କହିଛନ୍ତି, ‘ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କଂଗ୍ରେସ ସଭାପତିଙ୍କ ସହ ରହିବେ। ସେପ୍ଟେମ୍ବର ୪ରେ ରାହୁଲ ଗାନ୍ଧୀ କଂଗ୍ରେସ ସମାବେଶକୁ ସମ୍ବୋଧିତ କରିବେ। ନିକଟରେ ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ। ସୋନିଆ ଏପରି ଏକ ସମୟରେ ଡାକ୍ତରୀ ପରୀକ୍ଷା ପାଇଁ ବିଦେଶ ଯାଉଛନ୍ତି ଯେତେବେଳେ କଂଗ୍ରେସ ‘ଭାରତ ଯୋଡୋ’ ଯାତ୍ରା ଏବଂ ଦଳୀୟ ସଭାପତି ପଦ ନିମନ୍ତେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି।

Exit mobile version