Site icon ଆଜିକାଲି

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ସୋନିଆ, ସଂସଦର ସ୍ବତନ୍ତ୍ର ଅଧିବେଶନରେ ୯ଟି ପ୍ରସଙ୍ଗରେ ଆଲୋଚନା ପାଇଁ କଲେ ଦାବି

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ସ୍ବତନ୍ତ୍ର ଅଧିବେଶନରେ ଦେଶର ଅର୍ଥନୈତିକ ସ୍ଥିତି, ଜାତିଗତ ଜନଗଣନା, ଚୀନ୍ ସହ ସୀମା ବିବାଦ ଏବଂ ଆଦାନୀ ଗ୍ରୁପ ଜାଲିଆତି ନେଇ ନୂଆ ଖୁଲାସାର ତଦନ୍ତ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ସହ ୯ଟି ଆଲୋଚନା କରାଯାଉ ବୋଲି ସୋନିଆ ଦାବି କରିଛନ୍ତି ।

ସୋନିଆ ଚିଠିରେ ଲେଖିଛନ୍ତି, ରାଜନୈତିକ ଦଳଗୁଡ଼ିକ ସହିତ ପରାମର୍ଶ ନକରି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଆମେ ଏହି ଅଧିବେଶନର ଏଜେଣ୍ଡା ବିଷୟରେ ଅବଗତ ନାହୁଁ।”

କଂଗ୍ରେସର ପୂର୍ବତନ ସଭାପତି ଦେଶର କିଛି ଭାଗରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ମଣିପୁର ପ୍ରସଙ୍ଗ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା କରିବାକୁ ଦାବି କରିଛନ୍ତି ।

ସୋନିଆ ଗାନ୍ଧୀ କହିଛନ୍ତି, ଗଠନମୂଳକ ସହଯୋଗର ଆଭିମୁଖ୍ୟରେ ମୁଁ ଆଶା କରୁଛି ସଂସଦର ଆଗାମୀ ଅଧିବେଶନରେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ।

Exit mobile version