Site icon ଆଜିକାଲି

ଲାଇଭ୍ ଶୋ’ ବେଳେ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି, ଥାନାରେ ମାମଲା

ମୁମ୍ବାଇ: ଏକ ଇଭେଣ୍ଟ ସମୟରେ ଗାୟକ ସୋନୁ ନିଗମଙ୍କ‌ ଉପରେ ଆକ୍ରମଣ ହୋଇଛି । ଏହି ଘଟଣା ମୁମ୍ବାଇର ଚେମ୍ବୁର ମ୍ୟୁଜିକ୍ ଫେଷ୍ଟିଭାଲରେ ସୋମବାର ରାତି ପ୍ରାୟ ୧୧ଟାରେ ଘଟିଥିଲା । ସୋନୁ ନିଗମ ଏଥିରେ ଭାଗ ନେବାକୁ ଆସିଥିଲେ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଇଭେଣ୍ଟ ଶେଷ ହେବା ପରେ ସୋନୁ ନିଗମ ମଞ୍ଚରୁ ଓହ୍ଲାଉଥିବା ବେଳେ ଜଣେ ଫ୍ୟାନ୍ ତାଙ୍କ ସହ ଜବରଦସ୍ତି ସେଲଫି ନେବା ପାଇଁ ତାଙ୍କୁ ଧରି ପକାଇଥିଲେ । ସୋନୁଙ୍କ ଦୁଇ ଜଣ ଷ୍ଟାଫ୍ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲାବେଳେ ଫ୍ୟାନ୍ ଜଣକ ଧକ୍କା ଦେବାରୁ ଉଭୟ ତଳେ ପଡ଼ିଯାଇଥିଲେ । ଧସ୍ତାଧସ୍ତିରେ ସୋନୁ ମଧ୍ୟ ମଞ୍ଚ ସିଡ଼ିରେ ପଡିଯାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଏହି ଘଟଣା ପରେ ସୋନୁଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋନୁଙ୍କ ସହ ଧସ୍ତାଧସ୍ତି କରିଥିବା ବ୍ୟକ୍ତି ଜଣକ ଜଣେ ସ୍ଥାନୀୟ ନେତାଙ୍କ ପୁଅ ବୋଲି ଜଣାପଡ଼ିଛି ।

Exit mobile version