Site icon ଆଜିକାଲି

ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌ରେ ନଜର ଆସିବେ ଆୟୁଷ୍ମାନ

ମୁମ୍ଵାଇ : ଭାରତୀୟ ଖେଳାଳିମାନଙ୍କ ଉପରେ ନିର୍ମିତ ବାୟୋପିକକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି । ଯେମିତି ‘ଏମ୍‌ ଏସ୍‌ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ଠାରୁ ଆରମ୍ଭ କରି ‘ଭାଗ୍‌ ମିଲ୍‌ଖା ଭାଗ୍‌’। ଏହି ଫିଲ୍ମ ଗୁଡିକର ସଫଳତାକୁ ଦେଖି ବଲିଉଡରେ ଭାରତୀୟ କ୍ରିକେଟ ଟିମ୍‌ର ସବୁଠାରୁ ଲୋକପ୍ରିୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ବାୟୋପିକ୍‌ରେ ଅଭିନେତା ଆୟୁଷ୍ମାନ ଖୁରାନା ଲିଡ ରୋଲରେ ନଜର ଆସିବେ। ଆସନ୍ତା ମାସରୁ ସେ ଫିଲ୍ମ ଲାଗି ନିଜର ପ୍ରସ୍ତୁତି ଆରମ୍ଭ କରିବେ।

୨୦୨୧ ମସିହାରେ ପ୍ରଥମ ଥର ପାଇଁ ସୌରଭ ଗାଙ୍ଗୁଲି ତାଙ୍କର ବାୟୋପିକ୍ ଫିଲ୍ମ ଘୋଷଣା କରିଥିଲେ । ଏହା ପରେ ଫିଲ୍ମ ବିଷୟରେ ଅନେକ ଅପଡେଟ୍ ସାମ୍ନାକୁ ଆସିଥିଲା।ଏହା ପୂର୍ବରୁ କୁହାଯାଉଥିଲା ଯେ ରଣବୀର କପୁର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ। କାର୍ତ୍ତିକ ଆର୍ଯ୍ୟନଙ୍କ ନାମ ମଧ୍ୟ ଆଲୋଚନାରେ ଥିଲା। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ନିର୍ମାତାମାନେ ଆୟୁଷ୍ମାନ ଖୁରାନାଙ୍କ ନାମକୁ ଅନୁମୋଦନ କରିଛନ୍ତି। ରଜନୀକାନ୍ତଙ୍କ ଝିଅ ଐଶ୍ଵର୍ଯ୍ୟା ରଜନୀକାନ୍ତ ଏହି ବାୟୋପିକ୍ ନିର୍ଦ୍ଦେଶନା ଦେବେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ହିନ୍ଦୀ ନିର୍ଦ୍ଦେଶକ ଚଳଚ୍ଚିତ୍ର ହେବ । ଏହି ଫିଲ୍ମର ସୁଟିଂ ଡିସେମ୍ବରରୁ ଆରମ୍ଭ ହୋଇପାରେ । ତେବେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।

Exit mobile version