Site icon ଆଜିକାଲି

ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ପରାଜୟରୁ ଅଭିଯାନ ଆରମ୍ଭ କଲା ଭାରତ। ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ସଞ୍ଜୁ ସାମାସନଙ୍କ ଅପରାଜିତ ୮୬ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୫୦ ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ହାରି ଯାଇଛି ଭାରତ। ବର୍ଷା ଯୋଗୁ ୪୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୪୯ ରନ କରିଥିଲା। ଦ୍ବିତୀୟ ପାଳିରେ ଭାରତ ୨୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୪୦ ରନ୍‌ କରି ପରାସ୍ତ ହୋଇଛି । ଭାରତ ପାଇଁ ସଞ୍ଜୁ ସାମସନ ଶେଷ ଯାଏ ଲଢ଼େଇ କରିଥିଲେ ହେଁ ବିଜୟ ମୁଣ୍ଡି ମାରିବାକୁ ସକ୍ଷମ ହୋଇ ନାହାନ୍ତି। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୩୦ ରନ ଦରକାର ଥିଲା। ହେଲେ ସାମସନ କେବଳ ୨୦ ରନ ହିଁ କରିବାକୁ ସକ୍ଷମ ହୋଇଥିଲେ। ଦକ୍ଷିଣ ଆଫ୍ରିକା ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ଲଢ଼େଇକୁ ୯ ରନରେ ଜିତି ଏବେ ୧-୦ରେ ଆଗୁଆ ହୋଇଯାଇଛି।

ପ୍ରଥମ ପାଳିରେ ଖେଳକୁ ବର୍ଷା ଯୋଗୁଁ ୪୦ ଓଭରକୁ କମାଯାଇଥିବା ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୦ ଓଭରରେ ୪ ଓ୍ବିକେଟ୍ ହରାଇ ୨୪୯ ରନ କରିଥିଲା । ଦଳର ଦୁଇ ଓପନର ଜାନେମନ ମଲାନ ଓ କ୍ବିଣ୍ଟନ ଡି’କକ୍ ଦଳ ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ଉଭୟ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୪୯ ରନ କରିଥିଲେ । ତେବେ ମଲାନ ୨୨ ରନ ଓ ଡିକକ୍ ୪୮ ରନ କରି ଆଉଟ ହେବା ପରେ ଅଧିନାୟକ ବାଭୁମା ଓ ଆଇଡେନ ମାର୍କରାମ ଶସ୍ତାରେ ଆଉଟ ହୋଇ ଦଳ ପାଇଁ ଚାପ ସୃଷ୍ଟି କରିଥିଲେ । କିନ୍ତୁ ଡେଭିଡ୍ ମିଲର ଓ ହେନେରିକ କ୍ଲାସେନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ମିଲର ୬୩ ବଲରୁ ୭୫ ରନ ଓ କ୍ଲାସେନ ୬୫ ବଲରୁ ୭୪ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ବିକେଟ ନେଇଥିବାବେଳେ ରବି ବିଷ୍ଣୋଇ ଓ କୁଳଦୀର ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

୨୫୦ ରନ୍‌ ଟାର୍ଗେଟକୁ ପୂରା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ନା କରିଥିଲା। ଭାରତ ସ୍ଥିତି ଦକ୍ଷିମ ଆଫ୍ରିକା ଠାରୁ ବି ସୋଚନୀୟ ହୋଇପଡ଼ିଥିଲା। ୨.୪ ଓଭରରେ ଦଳର ସ୍କୋର ୮ ହୋଇଥିବା ବେଳେ ପ୍ରଥମେ ଶୁଭମନ ଗିଲଙ୍କ ୱିକେଟ୍ ପଡ଼ିଥିଲା। ଏହାପରେ ଯେମିତି ୱିକେଟ୍‌ର ଧାଡ଼ି ଲାଗିଯାଇଥିଲା। ୫.୧ ଓଭରରେ ଅଧିନାୟକ ଶିଖର ଧୱନ, ୧୬.୪ ଓଭରରେ ରୁତୁରାଜ ଗାୟକ୍ୱାଡ଼(୧୯), ୧୭.୪ ଓଭରରେ ଇଶାନ କିଶାନ(୨୦), ୨୬.୪ ଓଭରରେ ଶ୍ରେୟସ ଆୟର ୩୭.୩ ଓଭରରେ ଶାର୍ଦୁଲ ଠାକୁର(୩୩)ଙ୍କ ୱିକେଟ୍ ପଡ଼ିଥିବା କୁଲଦୀପ ଯାଦବ ଓ ଅଭେଶ ଖାନ୍‌ଙ୍କ ୱିକେଟ୍‌ ବି ପର୍ଯ୍ୟାୟକ୍ରମେ ଆଉଟ ହୋଇଥିଲେ। ଶ୍ରେୟସ ଆୟର ଓ ସଞ୍ଜୁ ସାମସନ କିନ୍ତୁ ଭାରତ ପକ୍ଷରୁ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଭାରତ ୪୦ ଓଭର ଖେଳି ୮ ୱିକେଟ୍ ବିନିୟମରେ ୨୪୦ ରନ୍ ହିଁ କରିପାରିଥିଲା।

Exit mobile version