Site icon ଆଜିକାଲି

ହସ୍ପିଟାଲରେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ସ୍ଥିର ରହିଛି ସ୍ବାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ ଅସୁସ୍ଥ । ଗତ ରାତିରେ ପେଟରେ ପ୍ରବଳ ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି। ଏହି ଖବର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କୁ ଗଭୀର ଝଟକା ଦେଇଛି।

୭୩ ବର୍ଷୀୟ ଭେଟରାନ ଅଭିନେତା ରଜନୀକାନ୍ତ ଏବେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଆଜି ରଜନୀକାନ୍ତଙ୍କର ଏକ ସର୍ଜରୀ ହୋଇପାରେ ବୋଲି ଶୁଣିବାକୁ ମିଳିଛି। ଏନେଇ କିନ୍ତୁ ତାଙ୍କ ପରିବାର କିମ୍ବା ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନି। ରଜନୀକାନ୍ତ ଅସୁସ୍ଥ ଥିବା ଖବର ପ୍ରଚାରିତ ହେବା ପରେ ପ୍ରଶଂସକ ତଥା ସେଲିବ୍ରିଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ ମଧ୍ୟ ରଜନୀକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

ପ୍ରକାଶ ଥାଉକି, ଆସନ୍ତା ଅକ୍ଟୋବର ୧୦ ତାରିଖରେ ରଜନୀକନ୍ତଙ୍କ ଅଭିନୀତ ତାମିଲି ଫିଲ୍ମ ‘ଭେଟ୍ଟିୟାନ’ପରଦାକୁ ଆସିବାକୁ ଯାଉଛି । ସୋମବାର ଦିନ ‘ଭେଟ୍ଟିୟାନ’ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା । ଅକ୍ଟୋବର ୨ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହେତୁ ଏହା ବିଳମ୍ବ ହେବା ନେଇ ଆଶା କରାଯାଉଛି । ଫିଲ୍ମ ରିଲିଜ ତାରିଖ ଘୁଞ୍ଚିବ ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ ।

Exit mobile version