Site icon ଆଜିକାଲି

ଭାରତୀୟ ବାୟୁସେନାର ପୂର୍ବାଞ୍ଚଳ ଏୟାର କମାଣ୍ଡର ମୁଖ୍ୟ ହେଲେ ଏସପି ଧଡ଼କର

ସିଲଙ୍ଗ : ଭାରତୀୟ ବାୟୁସେନା (ଆଇଏଏଫ୍‌)ର ପୂର୍ବାଞ୍ଚଳ ଏୟାର କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଏୟାର ମାର୍ଶଲ ଏସ.ପି ଧଡ଼କର । ତାଙ୍କୁ ଏୟାର ଅଫିସର କମାଣ୍ଡିଂ-ଇନ-ଚିଫ୍‌ ଦାୟିତ୍ବ ମିଳିଛି । ପ୍ରତିରକ୍ଷା ସ୍ପେସ୍ ଏଜେନ୍ସିର ପୂର୍ବତନ ଡିରେକ୍ଟର ଜେନେରାଲ ଧଡ଼କର ଏୟାର ମାର୍ଶଲ ଡି.କେ ପଟ୍ଟନାୟକଙ୍କ ଅବସର ପରେ ଏହି ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି ।

ଏହି ନୂଆ ନିଯୁକ୍ତି ପାଇବା ପୂର୍ବରୁ ସେ ଗୁଜୁରାଟ ଗାନ୍ଧୀନଗରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଏୟାର କମାଣ୍ଡର ବରିଷ୍ଠ ଏୟାର ଷ୍ଟାଫ ଅଫିସର ଥିଲେ । ଧଡ଼କର ପ୍ରାୟ ୩୬୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ରହିଥିବା ବେଳେ ସେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଥିବା ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜର ପୂର୍ବତନ ଛାତ୍ର ଥିଲେ ।

ମହାରାଷ୍ଟ୍ର ପୁଣେର ଏହାସହିତ ସେ ନେସନାଲ ଡିଫେନ୍ସ ଏକାଡେମି, ୱେଲିଙ୍ଗଟନ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ, ଆମେରିକାର ଏୟାର ୱାର କଲେଜରେ ଅଧ୍ୟୟନ କରିଥିବା ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର କହିଛନ୍ତି । ୧୯୮୫ ଜୁନରେ ଧଡ଼କରଙ୍କୁ ବାୟୁସେନାରେ ପ୍ରଥମେ ନିଯୁକ୍ତି ମିଳିଥିଲା ।

Exit mobile version