Site icon ଆଜିକାଲି

ମାଲେସିଆକୁ କ୍ରସଓଭର ମ୍ୟାଚରେ ହରାଇ କ୍ୱାର୍ଟର ଫାଇନାଲରେ ସ୍ପେନ

ଭୁବନେଶ୍ୱର : ହକି ବିଶ୍ୱକପ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସ୍ପେନ । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାଲେସିଆକୁ ସୁଟଆଉଟରେ ପରାସ୍ତ କରିଛି ସ୍ପେନ । ନିର୍ଦ୍ଧାରିତ ସମୟର ଖେଳ ୨-୨ ଗୋଲରେ ଶେଷ ହେବା ପରେ ଫଳାଫଳ ନିର୍ଣ୍ଣୟ ପାଇଁ ସୁଟଆଉଟର ସହାୟତା ନିଆଯାଇଥିଲା । ଏଥିରେ ସ୍ପେନ ୪-୨ ଗୋଲରେ ବିଜୟୀ ହୋଇଥିଲା ।

ବେଶ୍ ରୋମାଞ୍ଚକର ଥିଲା ମ୍ୟାଚ। ପ୍ରଥମାର୍ଦ୍ଧରେ ଦୁଇ ଦଳ କେହି କାହାରିକୁ ଗୋଲ୍ ଦେବାରେ ସଫଳ ହୋଇନଥିଲେ । ମ୍ୟାଚର ୩୫ ତମ ମିନିଟରେ ମାଲେସିଆ ପକ୍ଷରୁ ପ୍ରଥମ ଗୋଲ ସ୍କୋର ହୋଇଥିଲା। ଫୈଜଲ ଶାରି ଗୋଲ ଦେଇ ମାଲେସିଆକୁ ଆଗୁଆ କରିଥିଲେ। ଏହାର ୬ ମିନିଟ ପରେ ସ୍ପେନର ମାର୍କ ମିରାଲସ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ନେଇ ଆସିଥିଲେ। ୪୨ ତମ ମିନିଟରେ ସ୍ପେନର ଜାଭିଏର ଜିସପର୍ଟ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । କିନ୍ତୁ ଲଢୁଆ ପ୍ରଦର୍ଶନ କରି ମାଲେସିଆ ଗୋଲଟି ଶୁଝାଇ ଦେଇଥିଲା । ମ୍ୟାଚର ୪୯ତମ ମିନିଟରେ ଶେଲୋ ସିଲଭରିୟସ ଗୋଲଟି ଶୁଝାଇ ଦେଇଥିଲେ । ସ୍ଥିତି ୨-୨ ଗୋଲ ରହିବାରୁ ସୁଟଆଉଟର ସହାୟତା ନିଆଯାଇଥିଲା ।

Exit mobile version