Site icon ଆଜିକାଲି

ଶିବସେନା ବିଧାୟକ ଅଯୋଗ୍ୟତା ପ୍ରସଂଗରେ ନୋଟିସ୍ ଜାରି କରି ଜବାବ ମାଗିଲେ ବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ଜାରି ରହିଛି । ଏହାରି ଭିତରେ ମହାରାଷ୍ଟ୍ର ବିଧାନସଭା ଅଧ୍ୟକ୍ଷ, ଶିବସେନାର ସିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଠାକରେ ଗୋଷ୍ଠୀ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି । ବାଚସ୍ପତି ରାହୁଲ ନିର୍ବେକର ଶନିବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାର ୪୦ ବିଧାୟକ ଏବଂ ଉଦ୍ଧାବ ଠାକରେଙ୍କ ଗୋଷ୍ଠୀର ୧୪ ବିଧାୟକଙ୍କୁ ନୋଟିସ୍ ଜାରି କରି ବିଧାନସଭା ସଦସ୍ୟତା ଯୋଗ୍ୟତା ଉପରେ ଜବାବ ମାଗିଛନ୍ତି ।

ଗୋଟିଏ ଦିନ ପୂର୍ବରୁ ବାଚସ୍ପତି ନିର୍ବେକର ଏକ ବୟାନ ଦେଇ କହିଥିଲେ, ରାଷ୍ଟ୍ରୀୟ ନିର୍ବାଚନ ଆୟୋଗଙ୍କ ଠାରୁ ଶିବସେନାକୁ ନେଇ ନିର୍ଦ୍ଦେଶ ମିଳିଛି, ଶୀଘ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ସହିତ ୧୬ ଶିବସେନା ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ଅଯୋଗ୍ୟ ଯାଚିକାର ଶୁଣାଣି ହେବ । ନିର୍ବେକର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସାକ୍ଷାତକାର ଦେଇ କହିଥିଲେ, ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାର ୪୦ ବିଧାୟକ ଏବଂ ଉଦ୍ଧାବ ଗୋଷ୍ଠୀର ୧୪ ବିଧାୟକଙ୍କୁ ନୋଟିସ୍ ଜାରି କରି ଯୋଗ୍ୟତା ଉପରେ ଜବାବ ମଗାଯାଇଛି ।

Exit mobile version