Site icon ଆଜିକାଲି

ଏସିଆ କପରେ ଆଜି ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦଘାଟନୀ ମ୍ୟାଚ୍‌

ଦୁବାଇ : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ର ୧୫ତମ ସଂସ୍କରଣ । କରୋନା ମହାମାରୀ ଯୋଗୁ ୪ ବର୍ଷ ପରେ ୟୁଏଇରେ ଶନିବାରଠୁ ଆରମ୍ଭ ହେବ । ଏସିଆ କପ୍‌ ଇତିହାସରେ ୬ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହା ଟି-୨୦ ଫର୍ମାଟରେ ଖେଳାଯାଉଛି । ଗତ ୨୦୧୮ ସଂସ୍କରଣ ଦିନିକିଆ ଥିଲା । କିନ୍ତୁ ୨୦୧୬ ସଂସ୍କରଣ ପ୍ରଥମ ଥର ଟି-୨୦ ଫର୍ମାଟରେ ଖେଳାଯାଇଥିଲା ।

ଏସିଆ କପ୍ କ୍ରିକେଟ ସମସ୍ତ ଅଂଶ ଗ୍ରହଣକାରୀ ଦଳ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଆଗାମୀ ବିଶ୍ୱକପ ପୂର୍ବରୁ ଏସିଆ ମହାଦେଶ ଦଳ ଗୁଡିକର ଅସଲ ଶକ୍ତି ପରୀକ୍ଷା ହେବ । ଶେଷ ଦଳ ଭାବେ ଏସିଆ କପର ମୁଖ୍ୟ ପ୍ରତିଯୋଗିତାରେ ସାମିଲ ହୋଇ ଥିବା ହଂକଂକୁ ବାଦ ଦେଲେ ଅବଶିଷ୍ଟ ୫ ଦଳ ଭାରତ,ପାକିସ୍ତାନ, ଶ୍ରୀଲଙ୍କା ,ବାଂଲାଦେଶ ଓ ଆଫଗାନିସ୍ତାନ ଦଳ ମଧ୍ୟରେ କଡା ମୁକାବିଲା ହେବ । ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଗ୍ରୁପ୍‌ ବି’ର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ ମିନିଟରୁ ଏହି ମ୍ୟାଚ୍‌ ଆରମ୍ଭ ହେବ ।

ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଗ୍ରୁପ୍‌ ବି’ର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଏସିଆ କପ୍‌ ପୂର୍ବ ଦିନିକିଆ ପ୍ରଦର୍ଶନ ଆଧାରରେ ଶ୍ରୀଲଙ୍କା ଏକ ଶକ୍ତିଶାଳୀ ଦଳ । ଦଳ ମୋଟ୍‌ ୫ ଥର ଚାମ୍ପିଅନ ହେବାର ଗୌରବ ଲାଭ କରିଛି । କିନ୍ତୁ ୨୦୧୬ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଦଳର ପ୍ରଦର୍ଶନ ଏତେ ଭଲ ନଥିଲା । ଗୋଟିଏ ମ୍ୟାଚ୍‌ କେବଳ ୟୁଏଇ ନିକଟରୁ ବିଜୟୀ ହୋଇଥିଲା । ଏହି ସଂସ୍କରଣକୁ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିପାରି ନଥିଲା । ହେଲେ ୨୦୧୮ ଦିନିକିଆ ଫର୍ମାଟରେ ଆଫଗାନିସ୍ତାନ ଆକର୍ଷଣୀୟ ପ୍ରଦର୍ଶନ ସହ ଗ୍ରୁପ୍‌ ବି’ରେ ଟପ୍ପର ହୋଇଥିଲା । ଶ୍ରୀଲଙ୍କା ଗୋଟିଏ ବି ମ୍ୟାଚ୍‌ ଜିତି ପାରି ନଥିଲା । ଆଫଗାନିସ୍ତାନ ଠାରୁ ୯୧ ରନ୍‌ରେ ଏବଂ ବାଂଲାଦେଶ ଠାରୁ ୧୩୭ ରନ୍‌ରେ ପରାଜିତ ହୋଇଥିଲା । ଆଇସିସି ମାନ୍ୟତା ଅନୁସାରେ ଶ୍ରୀଲଙ୍କା ଏବେ ଅଷ୍ଟମ ସ୍ଥାନରେ ରହିଥିବାବେଳେ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛି । ରସିଦ ଖାନ ଶ୍ରୀଲଙ୍କା ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଗତ ଆଇପିଏଲର କିଛି ମ୍ୟାଚ୍‌ରେ ସେ ଯେଉଁଭଳି ଅଲ୍‌ ରାଉଣ୍ଡ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ ତାହା ଦର୍ଶକ ଏ ପର୍ଯ୍ୟନ୍ତ ଭୁଲି ନାହାନ୍ତି । ଦାସୁନ ଶଣକାଙ୍କ ନେତୃତ୍ୱରେ ଶ୍ରୀଲଙ୍କା କିନ୍ତୁ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି ।

Exit mobile version