Site icon ଆଜିକାଲି

ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଆଫଗାନିସ୍ତାନ

ସାରଜା : ଏସିଆ କପ୍-୨୦୨୨ ଟୁର୍ଣ୍ଣାମେଣ୍ଟରେ ଆଜିଠୁ ଆରମ୍ଭ ହେବ ସୁପର ୪ ଲଢେଇ । ସୁପର ୪ରେ ରହିଛନ୍ତି ଭାରତ, ଶ୍ରୀଲଙ୍କା, ପାକିସ୍ତାନ ଓ ଆଫଗାନିସ୍ତାନ । ସୁପର ୪ରେ ମୋଟ ୬ଟି ମ୍ୟାଚ ଖେଳାଯିବ । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ । ସାରଜା ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବ ଆଫଗାନିସ୍ତାନ ।

ସୂଚନା ଯେ, ଗତ ୨୭ ଅଗଷ୍ଟରୁ ଏସିଆ କପ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଗ୍ରୁପ ଏ ରେ ଥିବା ଭାରତ ୨ଟି ମ୍ୟାଚ ଖେଳି ବିଜୟୀ ହୋଇଛି । ସେହିପରି ପାକିସ୍ତାନ ୨ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଥିଲା । ଗ୍ରୁପ ବିରେ ଥିବା ଆଫଗାନିସ୍ତାନ ୨ଟି ମ୍ୟାଚ ଖେଳି ବିଜୟୀ ହୋଇଥିବା ବେଳେ ଶ୍ରୀଲଙ୍କା ୨ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହୋଇ ସୁପର ୪ରେ ପ୍ରବେଶ କରିଥିଲା । ସୁପର ୪ ମ୍ୟାଚ ଶେଷ ପରେ ସେପ୍ଟେମ୍ବର ୧୧ରେ ଟପ ୨ରେ ଥିବା ଦୁଇ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

Exit mobile version