Site icon ଆଜିକାଲି

ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଶ୍ରୀଲଙ୍କା, ପ୍ରଥମେବ୍ୟାଟିଂ କରିବ ଭାରତ

ଗୌହାଟୀ : ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ । ଏଥିରେ ଟସ୍‌ ଜିତି ଶ୍ରୀଲଙ୍କା ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ।

ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ଶୃଙ୍ଖଳା ଆଜିଠୁ ଆରମ୍ଭ ହେବ। ଗୁଆହାଟୀରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ କୁ ଟି-୨୦ରେ ବିଶ୍ରାମ ନେଇଥିବା ତାରକା ଖେଳାଳି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଶ୍ରେୟସ ଆୟର ଫେରିଛନ୍ତି। ହେଲେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ସୁସ୍ଥ ହୋଇନଥିବାରୁ ପୁଣି ଦଳରୁ ବାଦ୍ ପଡ଼ିଛନ୍ତି। ତେବେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ସହ ବରିଷ୍ଠ ଖେଳାଳି ଫେରିବା ଭାରତୀୟ ଦଳର ମନୋବଳ ଅଧିକ ଦୃଢ କରିଛି । ସେପଟେ ଟି-୨୦ ସିରିଜ ହାରିଥିବା ଶ୍ରୀଲଙ୍କା ଟିମ୍ ଦିନିକିଆ ସିରିଜ୍ ଜିତି ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।

Exit mobile version