Site icon ଆଜିକାଲି

ଭାରତକୁ ଶ୍ରୀଲଙ୍କାର ପ୍ରଶଂସା

ନୂଆଦିଲ୍ଲୀ : ମହାମାରୀ କୋଭିଡ୍ ସମୟରେ ସହାୟତା କରିଥିବାରୁ ଭାରତକୁ ଶ୍ରୀଲଙ୍କାର ପ୍ରଶଂସା । ଶ୍ରୀଲଙ୍କା ଏୟାର ଲାଇନ୍ସର ସିଇଓ ରିଚାର୍ଡ଼ ନଟାଲ୍ କହିଛନ୍ତି ଯେ, କୋଭିଡ୍ ସମୟରେ ବିମାନ ଉଡ଼ାଣ ପାଇଁ ଭାରତ ଶ୍ରୀଲଙ୍କା ଏୟାର ଲାଇନ୍ସକୁ ସମସ୍ତ ପ୍ରକାର ସହଯୋଗ କରିଥିଲା ।

ଏହାଛଡ଼ା ଶ୍ରୀଲଙ୍କାକୁ ମୁଖ୍ୟତଃ ଭାରତୀୟ ପର୍ଯ୍ୟଟକମାନେ ହିଁ ଆସିଥାନ୍ତି ଯାହାଦ୍ବାରା ସେ ଦେଶର ଅର୍ଥନୀତିକୁ ଲାଭ ମିଳିଥାଏ । କୋଭିଡ୍ ସମୟରେ ଶ୍ରୀଲଙ୍କା ଏୟାର ଲାଇନ୍ସକୁ ଭାରତ ବିମାନ ଇନ୍ଧନ ଯୋଗାଇବା ସହ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ କରିଥିବାରୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି ରିଚାର୍ଡ଼ ନଟାଲ୍ ।

Exit mobile version