Site icon ଆଜିକାଲି

ବାଂଲାଦେଶକୁ ୫ ଓ୍ବିକେଟରେ ହରାଇଲା ଶ୍ରୀଲଙ୍କା

ପାଲେକେଲେ: ଶ୍ରୀଲଙ୍କାର ପାଲେକେଲେ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପର ୨ୟ ମ୍ୟାଚରେ ବାଂଲାଦେଶକୁ ୫ ଓ୍ବିକେଟରେ ପରାସ୍ତ କରିଛି ଶ୍ରୀଲଙ୍କା । ଏହି ମ୍ୟାଚରେ ଶ୍ରୀଲଙ୍କା ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଥିବା ବାଂଲାଦେଶ । ଏହି ଲକ୍ଷ୍ୟକୁ ଶ୍ରୀଲଙ୍କା ୩୯ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଓପନର ଜାନଜିତ ହାସନ ଖାତା ଖୋଲି ପାରିନଥିଲେ । ସେହିପରି ଅନ୍ୟ ଓପନର ମହମ୍ମଦ ନଇମ ୧୬ରନ କରି ଆଉଟ ହୋଇଥିଲେ । ତେବେ ନଜମୁଲ ହୁସେନ ସାନ୍ତୋ ଲଢୁଆ ବ୍ୟାଟିଂ କରି ସର୍ବାଧିକ ୮୯ ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟରମାନେ ତାଙ୍କୁ ଠିକଭାବେ ସହାୟତା ଦେଇପାରିନଥିଲେ । ତାଓହିଜ୍ ହ୍ରିଦଏ ୨୦ ରନ କରିଥିବାବେଳେ ମୁସ୍ତାଫିକୁର ରହିମ ୧୩ରନ କରିଥିଲେ, କିନ୍ତୁ ଅନ୍ୟ ଅଧିକାଂଶ ବ୍ୟାଟରମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ମହିସା ପାଥିରାନା ୪ଟି ଓ୍ବିକେଟ ନେଇଥିଲେ ମହିସ ତିକସନା ୨ଟି ଓ୍ବିକେଟ ନେଇଥିଲେ ।

Exit mobile version