Site icon ଆଜିକାଲି

ଆଜି ବିବାହ କରିବେ ଷ୍ଟାର କପଲ କେ.ଏଲ୍ ରାହୁଲ ଓ ଆଥିଆ ଶେଟ୍ଟି

ମୁମ୍ଵାଇ : ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଷ୍ଟାର କ୍ରିକେଟର କେ.ଏଲ୍ ରାହୁଲ ଓ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଆଥିଆ ଶେଟ୍ଟି । ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ଏହି ବିବାହ ଅନୁଷ୍ଠିତ ହେବ । ଏହି ସମୟରେ ଘରର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଘରଟି ସୁନ୍ଦର ଆଲୋକରେ ସଜାଯାଇଛି ।

କହିବାକୁ ଗଲେ ଉଭୟ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିବେ। ଆମି ପଟେଲ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ ପାଇଁ ପ୍ରସ୍ତୁତ କରିବେ। ଏହା ବ୍ୟତୀତ ଉଭୟଙ୍କ ବିବାହ ପାଇଁ ପୋଷାକ ଚୂଡ଼ାନ୍ତ ହୋଇସାରିଛି। ବିବାହ ପାଇଁ ଅତିଥିମାନଙ୍କର ସମାବେଶ ମଧ୍ୟ ଆରମ୍ଭ ହୋଇଛି। ଯାହାର ଚିତ୍ର ଇଣ୍ଟରନେଟରେ ଭାଇରାଲ ହେଉଛି ।

ବିବାହରେ ଉପସ୍ଥିତ ଥିବା ସମସ୍ତ ଅତିଥି ରେଡିସନ୍ ହୋଟେଲରେ ରହିବେ । ଆଥିଆ ଶେଟ୍ଟୀଙ୍କ ପିତା ସୁନୀଲ ଶେଟ୍ଟୀ ଏହି ସବୁ ଜିନିଷର ବ୍ୟବସ୍ଥା କରିଛନ୍ତି । ବିବାହ ପରେ, ଏହି କପଲ ଏପ୍ରିଲ ମାସରେ ଏକ ଗ୍ରାଣ୍ଡ ରିସେପ୍ସନ୍ ଦେବେ। ଯେଉଁଥିରେ ବଲିଉଡ ବହୁ ସେଲିବ୍ରିଟି ଏବଂ ସମସ୍ତ କ୍ରିକେଟର ଯୋଗଦେବେ ।

Exit mobile version