Site icon ଆଜିକାଲି

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଏପର୍ଯ୍ୟନ୍ତ ଭାରତକୁ ମିଳିଛି ୪୦ ପଦକ

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ଭାରତକୁ ଏପର୍ଯ୍ୟନ୍ତ ମୋଟ ୪୦ଟି ପଦକ ଆସିସାରିଛି । ଏଥିରେ ୧୩ଟି ସ୍ୱର୍ଣ୍ଣ ପଦକ ଥିବା ବେଳେ ୧୧ଟି ରୌପ୍ୟ ପଦକ ଓ ୧୬ଟି କାଂସ୍ୟ ପଦକ ଭାରତର କ୍ରୀଡ଼ାବିତ୍‌ମାନେ ଆଣିସାରିଛନ୍ତି । ସେହିପରି ମେଡାଲ ତାଲିକାରେ ଭାରତର ସ୍ଥାନ ୫ମରେ ରହିଛି । ଅଷ୍ଟ୍ରେଲିଆ ୫୯ଟି ସ୍ୱର୍ଣ୍ଣ ସହିତ ୧୫୫ଟି ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଇଂଲଣ୍ଡ ମୋଟ ୧୪୮ଟି ପଦକ ସହ ୨ୟ, କାନାଡା ୮୪ ପଦକ ସହ ୩ୟ ଓ ନ୍ୟୁଜିଲାଣ୍ଡ ମୋଟ ୪୪ଟି ପଦକ ସହ ୪ର୍ଥ ସ୍ଥାନରେ ରହିଛି । ପାକିସ୍ତାନର ସ୍ଥାନ ୧୭ରେ ରହିଛି । ପାକିସ୍ତାନ ଏପର୍ଯ୍ୟନ୍ତ ଗୋଟିଏ ସ୍ୱର୍ଣ୍ଣ ସହିତ ମୋଟ ୭ଟି ପଦକ ଆଣିପାରିଛି ।

Exit mobile version