Site icon ଆଜିକାଲି

ଆଣ୍ଠୁ ସମସ୍ୟା ଥିଲେ ଆଇପିଏଲ-୨୦୨୩ର ସମସ୍ତ ମ୍ୟାଚ୍‌ ଖେଳିବେ ଷ୍ଟୋକସ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ର ସମସ୍ତ ମ୍ୟାଚ୍‌ ଖେଳିବ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକସ୍‌ । ଆଣ୍ଠୁ ଯନ୍ତ୍ରଣା ସତ୍ତ୍ଵେ ବି ସେ ନିଜ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରତିନିଧିତ୍ଵ କରିବେ। ଏ ନେଇ ସେ ସ୍ପଷ୍ଟ କରିଛନ୍ତି ।

ଚେନ୍ନାଇ ସୁପର କିଙ୍ଗସ୍‌ ଦଳରେ ସାମିଲ ଥିବା ବେନ୍‌ ଷ୍ଟୋକସ୍‌ ଅଧାରୁ ଆଇପିଏଲ ଛାଡି ସ୍ବେଦଶ ଫେରିବେ ବୋଲି ଚର୍ଚ୍ଚା ହେଉଥିଲା । ଆହତ ଜନୀତ ସମସ୍ୟା କାରଣରୁ ଚିକିତ୍ସା ପାଇଁ ଦେ ଲଣ୍ଡନ ଚାଲିଯାଇଥାନ୍ତେ । କିନ୍ତୁ ଆହତ ସତ୍ତ୍ବେ ଷ୍ଟୋକସ୍‌ ଶେଷ ଯାଏ ଆଇପିଏଲ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି ।

ସୂଚନା ଯେ, ଆଇପିଏଲ-୨୦୨୩ ସିଜିନ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଗ୍ରାଣ୍ଡ ଫାଇନାଲ ମେ ୨୮ରେ ଅନୁଷ୍ଠିତ ହେବ । ତେଣୁ ଅଧିକ ଚାପ ରହୁଥିବାରୁ ଏ ନେଇ ଚେନ୍ନାଇ ସୁପର କିଙ୍ଗସ୍‌ର ମୁଖ୍ୟ କୋଚ୍‌ ଷ୍ଟିଫେନ୍‌ ଫ୍ଳେମିଙ୍ଗ ସହ ଆଲୋଚନା କରୁଥିବା କହିଥିଲେ ଷ୍ଟୋକସ୍‌ ।

Exit mobile version