Site icon ଆଜିକାଲି

ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ପଥରମାଡ଼

କୋଲକାତା : ପୁଣି ଚର୍ଚ୍ଚାରେ ବନ୍ଦେ ଭାରତ ଏକ୍ସପ୍ରେସ । ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ପଥରମାଡ଼ । ପଥରମାଡ଼ ପରେ ଦାର୍ଜିଲିଂ ଜିଲାର ଫାନସିଡେୱା ଅଞ୍ଚଳରୁ ନୂଆ ଜଲପାଇଗୁଡି ଅଭିମୁଖେ ଯାଉଥିବା ଟ୍ରେନର ସି-୩ ଏବଂ ସି-୬ କୋଚର ଝରକା କାଚ ଭାଙ୍ଗି ଯାଇଛି ।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରେଳବାଇ ପକ୍ଷରୁ ବନ୍ଦେ ଭାରତ ଏକ୍ସପ୍ରେସ (ଟ୍ରେନ୍ ନମ୍ବର- ୨୨୩୦୨)ର ଚେକିଂ ଚାଲିଥିବା ସମୟରେ ପଥର ମାଡ଼ ହୋଇଥିବା ଜଣାପଡିଥିଲା । ଏହି ଘଟଣାରେ କେହି ଆହତ ହେବାର ଖବର ନାହିଁ । ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଛି । ଏହା ପୂର୍ବରୁ ଗତ ସୋମବାର ମଧ୍ୟ ପଶ୍ଚିମବଙ୍ଗର ମାଲଦା ଜିଲାରେ ଏହି ଟ୍ରେନ୍ ଉପରକୁ ଟେକାମାଡ଼ ହୋଇଥିଲା । ସୂଚନା ଯେ, ନୂଆ ବର୍ଷ ଦିନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଓଡ଼ାରୁ ନୂଆ ଜାଲପାଇଗୁଡି ମଧ୍ୟରେ ବନ୍ଦେ ଭରତ ଏକ୍ସପ୍ରେସର ଉଦଘାଟନ କରିଥିଲେ ।

Exit mobile version