Site icon ଆଜିକାଲି

ବିପର୍ଯ୍ୟୟ ପରିଚାଳନାରେ ଶ୍ରେଷ୍ଠତା ପାଇଁ ‘ଓସଡମା’କୁ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର

ନୂଆଦିଲ୍ଲୀ : ବିପର୍ଯ୍ୟୟ ପରିଚାଳନାରେ ଶ୍ରେଷ୍ଠତା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌‌ଡମା)କୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩’ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଓସଡମା ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ବାବଦକୁ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ନ୍ୟାସନାଲ୍‌‌ ପ୍ଲାଟ୍‌‌ଫର୍ମ ଫର ଡିଜାଷ୍ଟର ରିସ୍କ ରିଡକ୍ସନ ପ୍ରୋଗ୍ରାମ ତୃତୀୟ ଅଧିବେଶନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ନେତାଜୀ ଜୟନ୍ତୀରେ ଏହି ପୁରସ୍କାର ଘୋଷଣା କରାଯାଏ । ଓସ୍‌‌ଡମା ଓ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ରକୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ।

Exit mobile version