Site icon ଆଜିକାଲି

ଅଗ୍ନି-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ଵିତ ଟେଷ୍ଟ ରେଞ୍ଜରୁ ଶୁକ୍ରବାର ଏକ ଇଣ୍ଟରମିଡିଏଟ୍ ରେଞ୍ଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ ହୋଇଛି। ଏହି ଉତକ୍ଷେପଣ ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାନଦଣ୍ଡକୁ ସଫଳତାର ସହ ଯାଞ୍ଚ କରିଥିଲା। ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ୍ ତତ୍ତ୍ୱାବଧାନରେ ଏହି ଉତକ୍ଷେପଣ କରାଯାଇଥିଲା।

ଚଳିତ ବର୍ଷ ଏପ୍ରିଲ ମାସରେ ଭାରତ ଓଡ଼ିଶା ଉପକୂଳରେ ଅବଦୁଲ କଲାମ ଦ୍ୱୀପରୁ ୧ ହଜାରରୁ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ନୂତନ ପିଢ଼ିର ପରମାଣୁ କ୍ଷମତା ସମ୍ପନ୍ନ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା।

Exit mobile version