Site icon ଆଜିକାଲି

ସୁକେଶ ଚନ୍ଦ୍ରଶେଖର ପୁଣି ଏକ ଠକେଇ ମାମଲାରେ ଗିରଫ

ନୂଆଦିଲ୍ଲୀ : ତିହାର ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଗୁରୁବାର ଆଉ ଏକ ମାମଲାରେ ଇଡି ଗିରଫ କରିଛି। ଗିରଫ ପରେ ତାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି। ପଟିଆଲା ହାଉସ କୋର୍ଟ ସୁକେଶ ଚନ୍ଦ୍ରଶେଖରଙ୍କୁ ୯ ଦିନ ଇଡି ରିମାଣ୍ଡରେ ପଠାଇଛନ୍ତି।

ଏକ ନୂଆ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଇଡି ଗିରଫ କରିଛି। ଏହି ମାମଲା ରିଲିଜ୍ ଏଣ୍ଟରପ୍ରାଇଜେସ୍ ଲିମିଟେଡର ପୂର୍ବତନ ପ୍ରମୋଟର ମାଲବିନ୍ଦର ସିଂଙ୍କ ପତ୍ନୀଙ୍କ ଠାରୁ ୩.୫ କୋଟି ଟଙ୍କା ଠକେଇ ସହ ଜଡିତ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସୁକେଶଙ୍କୁ ନଅ ଦିନ ପାଇଁ ଇଡି ହେପାଜତକୁ ପଠାଇଥିଲେ। ଅତିରିକ୍ତ ସେସନ୍ସ ଜଜ୍ ଶୈଳେନ୍ଦ୍ର ମଲିକ ମଧ୍ୟ ସୁକେଶଙ୍କୁ ପ୍ରତିଦିନ ୧୫ ମିନିଟ୍ ପାଇଁ ତାଙ୍କ ଓକିଲଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି ।

ପୂର୍ବରୁ ୨୦୦ କୋଟି ଠକେଇ ମାମଲାରେ ସୁକେଶ ତିହାର ଜେଲରେ ଅଛନ୍ତି। ସେ ଫୋର୍ଟିସ୍ ହେଲଥ କେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ପତ୍ନୀ ଆଦିତ୍ୟ ସିଂହଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଇଡି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହିଙ୍କ ସମେତ ବଲିଉଡର ଅନେକ ସେଲିବ୍ରିଟି ଓ ମଡେଲମାନଙ୍କୁ ସୁକେଶଙ୍କ ସହ ସେମାନଙ୍କ ସମ୍ପର୍କ ନେଇ ଜେରା କରିସାରିଛି।

FacebookTwitterLinkedinWhatsapp
Exit mobile version