Site icon ଆଜିକାଲି

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସିଂ ସୁଖୁ

ସିମଲା : ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେଲେ ସୁଖବିନ୍ଦର ସିଂ ସୁଖୁ । ବହୁ ଟଣାଓଟରା ଓ ବିବାଦ ମଧ୍ୟରେ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି । ସେ ହେବେ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ । ଶନିବାର ସନ୍ଧ୍ୟାରେ ବସିବାକୁ ଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ତାଙ୍କ ନାମରେ ମୋହର ମରାଯିବାର ସମ୍ଭାବନା ରହିଛି । ଏହା ପରେ ସୁଖବିନ୍ଦରଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା ହେବ ।

କଂଗ୍ରେସ ନେତୃତ୍ବ ପ୍ରତିଭା ସିଂଙ୍କୁ ବୁଝାଇବା ପରେ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିଯାଇଥିବା ଜଣାଯାଇଛି ।ସୁଖବିନ୍ଦରଙ୍କ ପଛରେ ସର୍ବାଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି । ତାଙ୍କ ନାମ ଘୋଷଣା ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଉତ୍ସବ ମନାଇଛନ୍ତି । କିନ୍ତୁ ସୁଖବିନ୍ଦରଙ୍କ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲେ ବି ଆଗକୁ ବିବାଦ ଜାରି ରହିବାର ସମ୍ଭାବନା ରହିଛି । କାରଣ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂଙ୍କ ଗୋଷ୍ଠୀ ସୁଖୁଙ୍କ ନାମକୁ ନେଇ ପୂର୍ବରୁ ହିଁ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିସାରିଛି । ଏବେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ପ୍ରତିଭାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇବାର ଆଶଙ୍କା ବଢିଯାଇଛି ।

ସୂଚନା ଯେ, ଗତ ୮ ତାରିଖରେ ହୋଇଥିବା ଭୋଟଗଣତିରେ କଂଗ୍ରେସ ୪୦ଟି ଆସନରେ ବିଜୟ ସହ ପରବର୍ତ୍ତୀ ସରକାର ଗଢିବାକୁ ଯାଉଛି । ଅନ୍ୟପକ୍ଷରେ ବିଜେପି ୨୫ଟି ଆସନରେ ବିଜୟ ହାସଲ କରି ବିରୋଧୀ ଦଳରେ ରହିବ ।

Exit mobile version