Site icon ଆଜିକାଲି

ଉତ୍ତରପ୍ରଦେଶରେ ଜୁନ୍ ୨୮ ଯାଏ ବଢିଲା ଗ୍ରୀଷ୍ମ ଛୁଟି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ବୃଦ୍ଧି କରାଯାଇଛି। ଜୁନ୍‌ ୨୪ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଛୁଟି ବୃଦ୍ଧି କରିଛନ୍ତି ଉତ୍ତରପ୍ରଦେଶ ସରକାର। ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍‌ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ। ଏ ସମ୍ବନ୍ଧରେ ସ୍କୁଲ ଶିକ୍ଷା ମହାନିର୍ଦେଶକ କଞ୍ଚନ ବର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରଚଣ୍ଡ ଖରା ଓ ଗରମକୁ ଦୃଷ୍ଟିରେ ରଖି ଶିକ୍ଷକ ସଂଗଠନ ଗ୍ରୀଷ୍ମ ଛୁଟି ବୃଦ୍ଧି କରିବାକୁ ନିବେଦନ କରିଥିଲେ।

Exit mobile version