Site icon ଆଜିକାଲି

ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟ କମିଟିର କ୍ଲିନ୍ ଚିଟ୍ !

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଏବଂ ହିଣ୍ଡେନବର୍ଗ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ଏହାର ରିପୋର୍ଟ ଦାଖଲ କରିଛି। ଆଦାନୀ ଗ୍ରୁପ୍ ସେୟାର ମୂଲ୍ୟରେ ଜାଲିଆତି ଓ ତଦନ୍ତରେ ‘ସେବି’ ବିଫଳ ହୋଇଛି ବୋଲି କହି ହେବ ନାହିଁ ବୋଲି କମିଟି ନିଜ ରିପୋର୍ଟରେ କହିଛି । ଆଦାନୀ-ହିଣ୍ଡେନବର୍ଗ ଘଟଣାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ରିପୋର୍ଟକୁ ଶୁକ୍ରବାର ସାର୍ବଜନୀନ କରାଯାଇଛି।

ଆମେରିକାର ସର୍ଟ ସେଲର କମ୍ପାନୀ ହିଣ୍ଡେନବର୍ଗ ଏହାର ଏକ ରିପୋର୍ଟରେ ଆଦାନୀ ଗ୍ରୁପ୍ ବିରୋଧରେ ଠକେଇ ଏବଂ ଷ୍ଟକ୍ ମାର୍କେଟ୍ ଜାଲିଆତି ଅଭିଯୋଗ କରିଥିଲା । ଏନେଇ ଏକାଧିକ ପିଟିସନର ଦାୟର ହେବା ପରେ ଏହାର ଯାଞ୍ଚ୍ ପାଇଁ ସୁପ୍ରିମକୋର୍ଟ ଏକ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ।

ଜାନୁଆରୀ ୨୪ରେ ଆଦାନୀ ଗ୍ରୁପର ଷ୍ଟକରେ ହଠାତ୍ ନିବେଶ ବଢ଼ିଯିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ଆଦାନୀ ଗ୍ରୁପ୍ ଷ୍ଟକ୍ ଏକ୍ସଚେଞ୍ଜ ନିକଟରେ ସମସ୍ତ ଆବଶ୍ୟକୀୟ ସୂଚନା ଦାଖଲ କରିଛି ଓ ଗ୍ରୁପ୍‌ର ସେୟାରଗୁଡ଼ିକ ପୂର୍ବରୁ ହିଁ ଅତିରିକ୍ତ ସର୍ଭିଲାନ୍ସରେ ରହିଥିଲା ବୋଲି ସୁପ୍ରିମକୋର୍ଟ କମିଟି ନିଜ ରିପୋର୍ଟରେ କହିଛି । ନିକଟରେ ଏହି ମାମଲାର ଯାଞ୍ଚ୍ ପାଇଁ ସୁପ୍ରିମକୋର୍ଟ ସେବିକୁ ଆଉ ତିନି ମାସ ସମୟ ଦେଇଥିଲେ ।

Exit mobile version