Site icon ଆଜିକାଲି

ହେଟ୍ ସ୍ପିଚ୍ ନେଇ ରାଜ୍ୟ ମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ଅଭିଯୋଗ ନହେଲେ ମଧ୍ୟ ନିଜଆଡ଼ୁ ମାମଲା ରୁଜୁ କର

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବିରୋଧରେ କେହି ଅଭିଯୋଗ ନକଲେ ମଧ୍ୟ ନିଜଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କ ୨୦୨୨ ଆଦେଶକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପାଇଁ ଲାଗୁ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଭାରତର ଧର୍ମନିରପେକ୍ଷ ଛବିକୁ ବଜାୟ ରଖିବା ପାଇଁ, ଧର୍ମ ନ ଦେଖି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏହା ପୂର୍ବରୁ ସୁପ୍ରିମକୋର୍ଟ କେବଳ ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଏପରି ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲାଗୁ ହେବ। ଶୁଣାଣି ସମୟରେ ଜଷ୍ଟିସ କେ.ଏମ ଜୋସେଫ କହିଛନ୍ତି ଯେ ହେଟ୍ ସ୍ପିଚ୍ ଏକ ଗୁରୁତର ଅପରାଧ ଯାହା ଦେଶ ଉପରେ ବିପଜ୍ଜନକ ପ୍ରଭାବ ପକାଇଥାଏ । ଏହା ଆମ ଗଣତନ୍ତ୍ରର ଓ ଲୋକଙ୍କ ସମ୍ମାନ ଉପରେ ପ୍ରଭାବ ପକାଇଥାଏ |

ହେଟ୍ ସ୍ପିଚର ମାମଲାର ଏକ ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ କହିଥିଲେ – ହେଟ୍ ସ୍ପିଚ୍ ବିରୋଧରେ ଏକ ସହମତି ସୃଷ୍ଟି ହୋଇଛି ଏବଂ ଭାରତ ଭଳି ଧର୍ମନିରପେକ୍ଷ ଦେଶରେ ଧର୍ମ ଆଧାରରେ ହେଟ୍ କ୍ରାଇମର କୌଣସି ସ୍ଥାନ ନାହିଁ। ହେଟ୍ ସ୍ପିଚ୍ ମାମଲାରେ କୌଣସି ସାଲିସ୍ କରାଯାଇ ପାରିବ ନାହିଁ । ନାଗରିକମାନଙ୍କୁ ଏପରି ହେଟ୍ କ୍ରାଇମରୁ ରକ୍ଷା କରିବା ରାଜ୍ୟର ପ୍ରାଥମିକ କର୍ତ୍ତବ୍ୟ ବୋଲି ସୁପ୍ରିମକୋର୍ଟ କହିଥିଲେ।

Exit mobile version