Site icon ଆଜିକାଲି

ମାସକ ମଧ୍ୟରେ ପୋଲିସ ଥାନା ଗୁଡ଼ିକରେ ସିସିଟିଭି ଲଗାଇବାକୁ କେନ୍ଦ୍ର, ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସବୁ ପୋଲିସ ଥାନା ଏବଂ ତଦନ୍ତ ସଂସ୍ଥା ଗୁଡିକର କାର୍ଯ୍ୟାଳୟରେ ବାଧ୍ୟତାମୂଳକ ଭାବେ ସିସିଟିଭି କ୍ୟାମେରା ଲଗାଇବାକୁ ପୂର୍ବ ଆଦେଶକୁ ମାସକ ମଧ୍ୟରେ ପାଳନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ କାର୍ଯ୍ୟକାରୀ ସଂକ୍ରାନ୍ତ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାର୍ଚ୍ଚ ୨୯ ସୁଦ୍ଧା ସତ୍ୟପାଠ ଦାଖଲ କରିବେ ବୋଲି ଜଷ୍ଟିସ୍ ବିଆର୍ ଗଭାଇଙ୍କ ନେତୃତ୍ଵାଧୀନ ଏକ ଖଣ୍ଡପୀଠ କହିଛନ୍ତି । ଆଦେଶ ପାଳନ ନ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୋର୍ଟ ଚେତାବନୀ ଦେଇଛନ୍ତି ।

୨୦୨୦ ମସିହାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସମେତ ସବୁ ଯାଞ୍ଚ ଏଜେନ୍ସିଗୁଡ଼ିକର କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଏବଂ ରେକର୍ଡିଂ ଉପକରଣ ସ୍ଥାପନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କୋର୍ଟ ୬ ସପ୍ତାହ ସମୟ ଧାର୍ଯ୍ୟ କରିଥିଲେ। ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ୨୫ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଏପର୍ଯ୍ୟନ୍ତ ଅନୁପାଳନ ରିପୋର୍ଟ ଦାଖଲ କରିନାହାଁନ୍ତି ବୋଲି ଏହି ମାମଲାରେ ଆମିକସ୍ କ୍ୟୁରି ଥିବା ବରିଷ୍ଠ ଓକିଲ ସିଦ୍ଧାର୍ଥ ଦାବେ ଜଣାଇବା ପରେ କୋର୍ଟ ଏବେ ଏହି ସାନି ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version