Site icon ଆଜିକାଲି

ବିଜୟ ମାଲ୍ୟାଙ୍କୁ ସୁପ୍ରିମ୍ ଝଟକା, ଜବତ କରାଯିବ ସମ୍ପତ୍ତି

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମ୍ ଝଟକା। ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାକୁ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ସୁପ୍ରିମକୋର୍ଟ ତାଙ୍କୁ କୌଣସି ଆଶ୍ବସ୍ତି ଦେଇ ନାହାଁନ୍ତି । ମୁମ୍ବାଇ କୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।

ମୁମ୍ବାଇ କୋର୍ଟ ବିଜୟ ମାଲ୍ୟାଙ୍କୁ ଅର୍ଥନୈତିକ ଅପରାଧୀ ବୋଲି ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ମାଲ୍ୟା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହ ମାଲ୍ୟାଙ୍କୁ ଡବଲ୍ ଝଟକା ଲାଗିଛି । କାରଣ ସେ ଅର୍ଥନୈତିକ ଅପରାଧୀ ଭାବେ ହିଁ ବିବେଚିତ ହେବେ ଓ ତାଙ୍କ ସମ୍ପତ୍ତି ମଧ୍ୟ ଜବତ ହେବ ।

Exit mobile version