Site icon ଆଜିକାଲି

ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲାରେ କେଜ୍ରିୱାଲଙ୍କୁ ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ବିବାଦ ସହ ଜଡ଼ିତ ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଶୁଣାଣି କରିବାକୁ ଶୁକ୍ରବାର ମନା କରିଦେଇଛନ୍ତି । କୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି। ତାଙ୍କ ବିରୋଧରେ ମାନହାନି ମାମଲା ଉପରେ ରୋକ୍ ଲଗାଇବାକୁ କେଜ୍ରିୱାଲ ଆବେଦନ କରିଥିଲେ ।

କୋର୍ଟ କହିଛନ୍ତି ଯେ କେଜ୍ରିୱାଲଙ୍କ ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି। ତେଣୁ ସୁପ୍ରିମକୋର୍ଟରେ ଏହାର ଶୁଣାଣି କରିବା କୌଣସି ଆବଶ୍ୟକତା ନାହିଁ | ଏହି ମାମଲାରେ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତ ସମନ ଜାରି କରିଥିଲେ। ଗୁଜରାଟ ବିଶ୍ୱବିଦ୍ୟାଳୟ ବିରୋଧରେ ବୟାନ ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ କେଜ୍ରିୱାଲଙ୍କ ବିରୋଧରେ ମାନହାନି ମାମଲା ଦାୟର ହୋଇଥିଲା ।

କେଜ୍ରିୱାଲଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଅଭିଷେକ ମନୁ ସିଂଘଭୀ ଯୁକ୍ତି ବାଢ଼ିଥିଲେ ଯେ ସମନ ଭୁଲ ଭାବେ ଜାରି କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ବିଶ୍ୱବିଦ୍ୟାଳୟ ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ କେଜ୍ରିୱାଲଙ୍କ ମନ୍ତବ୍ୟ ଠିକ୍ ନଥିଲା ।

Exit mobile version