Site icon ଆଜିକାଲି

ପ୍ରଫେସର ସାଇବାବାଙ୍କ ମୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜିଏନ୍ ସାଇବାବାଙ୍କୁ ମୁକ୍ତ କରିବା ପାଇଁଁ ବମ୍ବେ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଶନିବାର ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟର ସ୍ପେଶାଲ ବେଞ୍ଚର ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି ଯେ ମାମଲାର ସମ୍ବେଦନଶୀଳତାକୁ ବିଚାରକୁ ନେଇ ଏହାର ବିସ୍ତୃତ ଶୁଣାଣି ହେବ। ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଖାରଜ କରି ଜଷ୍ଟିସ ରୋହିତ ଦେବ ଏବଂ ଜଷ୍ଟିସ ଅନିଲ ପାନସାରେଙ୍କୁ ନେଇ ଗଠିତ ବମ୍ବେ ହାଇକୋର୍ଟଙ୍କ ଏକ ବେଞ୍ଚ ସାଇବାବାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନକ୍ସଲମାନଙ୍କ ସହ ଲିଙ୍କ୍ ଅଭିଯୋଗରେ ୨୦୧୭ରେ ଗିରଫ ହୋଇଥିବା ପ୍ରଫେସର ଜିଏନ୍ ସାଇବାବାଙ୍କୁ ଏକ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ପ୍ରଫେସର ସାଇବାବା ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ । ଶୁକ୍ରବାର ବମ୍ବେ ହାଇକୋର୍ଟ ପ୍ରଫେସର ଜିଏନ ସାଇବାବାଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

FacebookTwitterLinkedinWhatsapp
Exit mobile version