Site icon ଆଜିକାଲି

ମଣିପୁର ଭାଇରାଲ ଭିଡିଓ ମାମଲାରେ ସୁପ୍ରିମକୋର୍ଟ ଗଲେ ପୀଡ଼ିତା କୁକି ମହିଳା, ଆଜି ଶୁଣାଣି

ନୂଆଦିଲ୍ଲୀ: ମଣିପୁରର ଦୁଇ କୁକି ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ଯୌନ ନିର୍ଯାତନା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଏହି ମାମଲାର ଶୁଣାଣି ହେବ। ପୀଡ଼ିତ କୁକି ମହିଳାଙ୍କ ତରଫରୁ ଏହି ଆବେଦନ କରାଯାଇଛି । ପ୍ରଧାନ ବିଚାରପତି ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ।

ଯୌନ ନିର୍ଯାତନାର ଶିକାର ଉଭୟ ମହିଳା କେନ୍ଦ୍ର ଓ ମଣିପୁର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ଆବେଦନରେ ନିରପେକ୍ଷ ତଦନ୍ତ ପାଇଁ ସେମାନେ ଦାବି କରିବା ସହ ସେମାନଙ୍କର ପରିଚୟ ସାର୍ବଜନୀନ ନକରିବାକୁ ଅନୁରୋଧ କରିଛନ୍ତି।

Exit mobile version