Site icon ଆଜିକାଲି

ଆନନ୍ଦ ମୋହନଙ୍କ ଖଲାସ ବିରୋଧରେ ଆଇଏଏସ୍ ଅଧିକାରୀଙ୍କ ପତ୍ନୀଙ୍କ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିହାରର ବାହୁବଳୀ ନେତା ତଥା ପୂର୍ବତନ ସାଂସଦ ଆନନ୍ଦ ମୋହନ ସିଂହଙ୍କୁ ଆଗୁଆ ମୁକ୍ତ କରାଯିବା ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

ଆଇଏଏସ୍ ଅଧିକାରୀ ଜି.କୃଷ୍ଣୈୟାଙ୍କ ହତ୍ୟା ମାମଲାରେ ଆନନ୍ଦ ମୋହନ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ଆଜୀବନ ଜେଲ୍ ହୋଇଥିଲା । ତେବେ ବିହାରର ନୀତିଶ ସରକାର ଜେଲ୍ ମାନୁଆଲରେ ସଂଶୋଧନ କରିବା ପରେ ଆନନ୍ଦ ମୋହନଙ୍କ ସହ ଅନ୍ୟ ୨୭ କଏଦୀ ଜେଲରୁ ସମୟ ପୂର୍ବରୁ ଖଲାସ ହୋଇଥିଲେ ।

ଆନନ୍ଦ ମୋହନଙ୍କୁ ଛାଡ଼ିବା ନେଇ ନୀତିଶ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜି କୃଷ୍ଣୈୟାଙ୍କ ପତ୍ନୀ ଉମା କୃଷ୍ଣୈୟା ସୁପ୍ରିମକୋର୍ଟ ଯାଇଥିଲେ ।‌ ସୁପ୍ରିମକୋର୍ଟ ଆସନ୍ତା ୮ରେ ଏହି ମାମଲାର ଶୁଣାଣି କରିବେ।

Exit mobile version