Site icon ଆଜିକାଲି

ସ୍ବୀତେକ୍‌ ବର୍ଷର ଶ୍ରେଷ୍ଠ ମହିଳା ଟେନିସ୍‌ ଖେଳାଳି

ଜେନିଭା : ବିଶ୍ବ ମାନ୍ୟତାର ଏକ ନମ୍ବର ରାଙ୍କରେ ଥିବା ଈଗା ସ୍ବୀତେକ୍‌ ଚଳିତବର୍ଷର ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଛନ୍ତି। ଡବ୍ଲୁଟିଏ ଦ୍ବାରା ପ୍ରଦତ୍ତ ସମ୍ମାନକୁ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ହାସଲ କରିଛନ୍ତି ସ୍ବୀତେକ୍‌।

ସ୍ବୀତେକ୍‌ ମହିଳା ଏକକରେ ବର୍ଷର ଶ୍ରେଷ୍ଠ ଖେଳାଳି ‌ମନୋନୀତ ହୋଇଥିଲା ‌ବେଳେ ବାର୍ବରା କ୍ରେସିକୋଭା ଓ କାଟେରିନା ସିନିଆକୋଭା ମହିଳା ଯୁଗଳରେ ବର୍ଷର ଶ୍ରେଷ୍ଠ ଯୋଡ଼ି ବିବେଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଚୀନ୍‌ର ଝେଙ୍ଗ୍‌ କ୍ବିନ୍‌ୱେନ୍‌ ବର୍ଷର ଶ୍ରେଷ୍ଠ ନବାଗତ, ବ୍ରାଜିଲର ବେତ୍ରିଜ୍‌ ହାଦଦ୍‌ ମାରିଆ ସର୍ବାଧିକ ପ୍ରଗତିଶୀଳ ଖେଳାଳି ଏବଂ ଜର୍ମାନିର ତାତାନା ମାରିଆ ଶ୍ରେଷ୍ଠ ପ୍ରତ୍ୟାବର୍ତନ ଖେଳାଳି ସମ୍ମାନ ହାତେଇଛନ୍ତି।

Exit mobile version