Site icon ଆଜିକାଲି

ଟି-୨୦ ବିଶ୍ୱକପ : ଆଜି ସୁପର୧୨ ରାଉଣ୍ଡର ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ମହା ଲଢେଇ। ଆଜିଠାରୁ ସୁପର୧୨ ରାଉଣ୍ଡ ଆରମ୍ଭ ହେବ। ତେବେ ଏହି ରାଉଣ୍ଡର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଉଭୟଙ୍କ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ସାଢେ ୧୨ଟାରେ ମ୍ୟାଚ ଖେଳାଯିବ। ତେବେ ସିଡନୀରେ ବର୍ଷା ହେଉଥିବାରୁ ଏହି ମ୍ୟାଚ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦିଓ ଟି-୨୦ ବିଶ୍ୱକପ ୨୦୨୨ ଅକ୍ଟୋବର ୧୬ରୁ ଆରମ୍ଭ ହୋଇଛି, କିନ୍ତୁ ଅକ୍ଟୋବର ୧୬ ରୁ ୨୧ ମଧ୍ୟରେ ପ୍ରଥମ ରାଉଣ୍ଡ (ଯୋଗ୍ୟତା) ମ୍ୟାଚ୍ ଖେଳାଯାଇଥିଲା। ୮ଟି ଦଳ ମଧ୍ୟରେ ୧୨ଟି ମ୍ୟାଚ୍ ହୋଇଥିଲା, ଯାହା ପରେ ଚାରିଟି ଦଳ ସୁପର -୧୨ ରେ ପ୍ରବେଶ କରିଥିଲେ। ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ୮ଟି ଦଳ ଏହି ରାଉଣ୍ଡକୁ ପ୍ରବେଶ କରିସାରିଛନ୍ତି। ସୁପର ୧୨ର ସମସ୍ତ ଦଳ ଦୁଇଟି ଗ୍ରୁପରେ ବିଭକ୍ତ। ପ୍ରତ୍ୟେକ ଦଳରେ ୬ଟି ଲେଖାଏଁ ଟିମ ରହିଛନ୍ତି। ଏହି ରାଉଣ୍ଡରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ।

ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଆୟୋଜକ ଅଷ୍ଟ୍ରେଲିଆ। ଟି -20 ଆନ୍ତର୍ଜାତୀୟ ମାନ୍ୟତାରେ ନ୍ୟୁଜିଲ୍ୟାଣ୍ଡର ଦଳ ଅଷ୍ଟ୍ରେଲିଆଠାରୁ ଗୋଟିଏ ସ୍ଥାନ ଉପରେ ରହିଛି। ନ୍ୟୁଜିଲ୍ୟାଣ୍ଡ ୫ମ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆ ଷଷ୍ଠ ସ୍ଥାନରେ ରହିଛି। ଭାରତ ଓ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଲେଖାଏଁ ଟି୨୦ ସିରିଜ ହାରିଥିଲା ଅଷ୍ଟ୍ରେଲିଆ।

ଅନ୍ୟପକ୍ଷରେ ଏହି ମାସରେ ଖେଳାଯାଇଥିବା ତ୍ରି ରାଷ୍ଟ୍ରିୟ ସିରିଜରେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ନିକଟରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଭ୍ୟାସ ମ୍ୟାଚରେ ସେ ଦକ୍ଷିଣ ଆଫ୍ରିକା ଠାରୁ ମଧ୍ୟ ପରାଜୟର ବରଣ କରିବାକୁ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଏହି ଦୁଇ ଦଳ ପାଇଁ ପରାଜୟର ଦୁଃଖକୁ ଭୁଲି ବିଶ୍ୱକପରେ ଏକ ଦମଦାର ଆରମ୍ଭ କରିବା ଏକ ଚ୍ୟାଲେଞ୍ଜ ରହିବ।

ସମ୍ଭାବ୍ୟ ଦଳ:

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(ଅଧିନାୟକ), ଡେଭିଡ଼ ଓ୍ୱାର୍ଣ୍ଣର, ମିଚେଲ ମାର୍ସ, ଗ୍ଲେନ ମ୍ୟାକ୍ସଓ୍ୱେଲ, ମାର୍କସ ଷ୍ଟୋୟନିସ, ଟିମ ଡେଭିଡ଼, ମାଥ୍ୟୁ ଓ୍ୱେଡ଼(ଓ୍ୱିକେଟ କିପର), ପାଟ କମିନ୍ସ, ମିଚେଲ ଷ୍ଟାର୍କ, ଏଡମ ଜାମ୍ପା, ଜୋସ ହେଜଲଉଡ଼ ।

ନ୍ୟୁଜିଲାଣ୍ଡ: ଡେଓ୍ୱନ କାନଓ୍ୱେ, ଫିନ ଏଲନ/ମାର୍ଟିନ ଗୁପଟିଲ, କେନ ଓ୍ୱିଲିୟମସନ (ଅଧିନାୟକ), ଗ୍ଲେନ ଫିଲିପ୍ସ, ମାଇକଲ ବ୍ରେସଓ୍ୱେଲ, ଜିମି ନୀସମ, ମିଚେଲ ସେଣ୍ଟନର, ଟିମ ସାଉଦୀ, ଟ୍ରେଣ୍ଟ ବୋଲ୍ଟ, ଲାକି ଫର୍ଗୁସନ/ଆଡମ ମିଲନେ, ଇସେ ସୋଢି ।

Exit mobile version