Site icon ଆଜିକାଲି

ଟି-୨୦ ବିଶ୍ଵକପ୍‌ : ଆଜି ଭାରତ-ନେଦରଲାଣ୍ଡ ମ୍ୟାଚ୍

ନୂଆଦିଲ୍ଲୀ : ଆଇସିସିସ ଟି-୨୦ ବିଶ୍ଵକପ୍‌ରେ ଆଜି ଭାରତ-ନେଦରଲାଣ୍ଡ ମ୍ୟାଚ୍ । ପ୍ରଥମ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ମାତ୍ ଦେବା ପରେ ଭାରତର ନଜର ଏବେ ନେଦରଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ ଉପରେ। ଭାରତୀୟ ସମୟନୁସାରେ ଏହି ମ୍ୟାଚ ଗୁରୁବାର ଦିନ ୧୨ଟା ୩୦ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ। ସେମି ଫାଇନାଲ୍ ରାସ୍ତା ସହଜ କରିବା ପାଇଁ ଭାରତ ଏହି ମ୍ୟାଚ୍‌କୁ ବଡ ବ୍ୟବଧାନରେ ଜିତିବାକୁ ପଡ଼ିବ। ମାତ୍ର ମେଲବୋର୍ଣ୍ଣ ପରି ସିଡନୀରେ ସଙ୍କଟର କଳା ବାଦଲ ଦେଖା ଦେଇଛି । ସିଡନୀ ମ୍ୟାଚ୍ ଉପରେ ବର୍ଷାର ବିପଦ ରହିଛି। ତେଣୁ ପ୍ରଶଂସକଙ୍କୁ ନିରାଶ ହେବାକୁ ବି ପଡିପାରେ।

ଓ୍ଵେଦର ଡଟ୍ କମ୍ ଅନୁଯାୟୀ, ସିଡନୀରେ ଗୁରୁବାର ବର୍ଷା ହେବାର ସମ୍ଭାବନା ରହିଛି। ବାଦଲ ଛାଇ ରହିବ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାତିରେ ବି ପାଣିପାଗ ଏମିତି ରହିପାରେ। ଆର୍ଦ୍ରତା ୭୦% ପର୍ଯ୍ୟନ୍ତ ରହିବ ଏବଂ ତାପମାତ୍ରା ୧୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ।

ସୂଚନା ଯେ, ଟି-୨୦ ବିଶ୍ଵ କପ୍‌ରେ ବର୍ଷା ଏ ପର୍ଯ୍ୟନ୍ତ ଅନେକ ମ୍ୟାଚ୍‌ର ମିଜାଜ ବିଗାଡି ସାରିଛି। କିଛି ମ୍ୟାଚ୍‌ ରଦ୍ଦ ହୋଇଥିବା ବେଳେ କିଛି ମ୍ୟାଚ୍‌ରେ ପଏଣ୍ଟ ଭାଗ କରାଯାଇଛି। ଯଦି ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୁଏ ତେବେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଭାରତ ଗୋଟିଏ ମ୍ୟାଚ୍‌ରୁ ଦୁଇ ପଏଣ୍ଟ ହାସଲ କରିଛି। ନେଦରଲାଣ୍ଡ ବିପକ୍ଷ ମୁକାବିଲାରୁ ଗୋଟିଏ ପଏଣ୍ଟ ମିଳିବ। ଅର୍ଥାତ ଭାରତ ଖାତାରେ ୨ଟି ମ୍ୟାଚ୍‌ରେ ୩ ପଏଣ୍ଟ ମିଳିବ।

Exit mobile version