Site icon ଆଜିକାଲି

ଟି-୨୦ ବିଶ୍ଵକପ୍‌ର ଷ୍ଟାଣ୍ଡବାଇ ଖେଳାଳିଙ୍କ ପାଇଁ ସାବ୍ୟସ୍ତ କରିବାର ଭଲ ସୁଯୋଗ : ଧାଓ୍ଵନ

ନୂଆଦିଲ୍ଲୀ : ଆଜିଠୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ଵ ନେବେ ଶିଖର ଧାଓ୍ଵନ। ମ୍ୟାଚ୍‌ର ପୂର୍ବ ସନ୍ଧ୍ୟାରେ ଧାଓ୍ଵନ କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିବସୀୟ ଶୃଙ୍ଖଳା ଟି-୨୦ ବିଶ୍ଵ କପ୍‌ର ଷ୍ଟାଣ୍ଡବାଇ ଖେଳାଳିଙ୍କ ପାଇଁ ନିଜକୁ ସାବ୍ୟସ୍ତ କରିବାର ଭଲ ସୁଯୋଗ ମିଳିବ।

ଯଶପ୍ରୀତ ବୁମରା ଆହତ କାରଣରୁ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି। ଏମିତି ସ୍ଥିତିରେ ଦୀପକ ଚହର ଏବଂ ମହମ୍ମଦ ସିରାଜଙ୍କ ନିକଟରେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାର ଭଲ ସୁଯୋଗ ରହିଛି। ଚହର ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ସାମିଲ୍। ମହମ୍ମଦ ଶାମିଙ୍କ ଅକ୍ଟୋବର ୧୫ ପୂର୍ବରୁ ମ୍ୟାଚ୍ ପାଇଁ ଫିଟ୍‌ ନହେବା ସ୍ଥିତିରେ ମହମ୍ମଦ ସିରାଜଙ୍କ ନିକଟରେ ଦଳରେ ସ୍ଥାନ ପାଇବାର ସୁଯୋଗ ରହିଛି। ବୁମରା ବାଦ୍ ପଡିବା ପରେ ତାଙ୍କର ବଦଳ ଖେଳାଳି ଭାବେ ପ୍ରବଳ ଦାବିଦାର ହେଉଛନ୍ତି ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ।

ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ନୋଇ ଏବଂ ଦୀପକ ଚହର ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ରହିଛନ୍ତି। ଧାଓ୍ଵନ କହିଛନ୍ତି, ନିଶ୍ଚିତ ଭାବେ ଏହା ଗୁରୁତ୍ଵପୂର୍ଣ୍ଣ ଯେ, ଷ୍ଟାଣ୍ଡବାଇ ଖେଳାଳିଙ୍କୁ ଯେତେ ଅଧିକ ସୁଯୋଗ ମିଳିବ ସେମାନେ ସେତେ ଅଧିକ ପ୍ରସ୍ତୁତ ରହିବେ। ଯଦି ଏହି ଖେଳାଳି ଭଲ ପ୍ରଦର୍ଶନ କରନ୍ତି, ତେବେ ସେମାନଙ୍କ ଆତ୍ମ ବିଶ୍ଵାସ ବଢିବ। କାହାକୁ ଜଣା ଟି-୨୦ ବିଶ୍ଵ କପ୍‌ରେ ସୁଯୋଗ ମିଳିବ, ଏଥିପାଇଁ ଖେଳାଳି ଦିନିକିଆ ଶୃଙ୍ଖଳାକୁ ପ୍ରସ୍ତୁତି ଭାବେ ଦେଖି ପାରିବେ। ଭାରତୀୟ ଦଳରେ ରାହୁଲ ତ୍ରିପାଠୀ, ରଜତ ପାଟିଦାର, ମୁକେଶ କୁମାର, ଶାହବାଜ ଅହମ୍ମଦ ପରି ନୂତନ ଖେଳାଳି ମଧ୍ୟ ସାମିଲ୍।

Exit mobile version