Site icon ଆଜିକାଲି

ଟି-୨୦ ବିଶ୍ବକପ୍‌ : ୮ଟି ୱିକେଟ ବିନିମୟରେ ୧୫୯ ରନ୍ କଲା ପାକିସ୍ତାନ

ନୂଆଦିଲ୍ଲୀ : ଆଜି ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣରେ ଆୟୋଜିତ ଆଇସିସି ଟି-୨୦ ବିଶ୍ବକପ୍‌ ୨୦୨୨ରେ ଟସ୍ ହାରି ପ୍ରଥମେ ବ୍ୟାଟିଙ୍ଗ୍‌ କରିଥିଲା ପାକିସ୍ତାନ। ଏଥିରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂରେ ପାକିସ୍ତାନ ଧରାଶାୟୀ ହୋଇଛି । ନିୟମିତ ବ୍ୟବଧାନରେ ପାକିସ୍ତାନର ଉଇକେଟ୍ ପଡ଼ିଚାଲିଥିଲା। ଫଳରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ବିନିମୟରେ ୧୫୯ ରନ୍ କରି ଭାରତ ଆଗରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଛି ।

ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଇନିଂସ ଆରମ୍ଭ କରିଥିଲେ । କିନ୍ତୁ ଭାରତୀୟ ବୋଲର ଅର୍ସଦୀପ ସିଂଙ୍କ ଶାଣିତ ବୋଲିଂ ଆଗରେ ଉଭୟ ତାରକା ବ୍ୟାଟ୍ସମ୍ୟାନ ବେଶିସମୟ ତିଷ୍ଠି ପାରିନଥିଲେ । ବାବର ୦ ଓ ରିଜଓ୍ବାନ ୪ ରନ କରି ଆଉଟ ହୋଇଥିଲେ । କିନ୍ତୁ ୩ୟ ଓ ୪ର୍ଥ ସ୍ଥାନରେ ଆସିଥିବା ସାନ ମାସୁଦ ଓ ଇଫତିଖାର ଅହମ୍ମଦ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଇଫତଖାର ୫୧ ରନ କରି ସମିଙ୍କ ବଲରେ ଆଉଟ ହୋଇଥିଲେ । ଅନ୍ୟପଟରେ ମାସୁଦ ବ୍ୟାଟିଂ ଜାରି ରଖିଥିଲେ ବି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ତାଙ୍କ ସହ ବଡ଼ ଭାଗିଦାରୀ କରିପାରିନଥିଲେ । ମାସୁଦ ଅପରାଜିତ ୫୨ ରନ କରିଥିଲେ । ଶେଷ ବେଳକୁ ସାହିନ ଆଫ୍ରିଦି ଗୋଟିଏ ଛକା ସହ ୧୬ ରନ କରିଥିଲେ । ଫଳରେ ପାକିସ୍ତାନ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୯ ରନ କରିଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସମି ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Exit mobile version