Site icon ଆଜିକାଲି

ଟି-୨୦ ବିଶ୍ୱକପ : ଆୟର୍ଲାଣ୍ଡକୁ ୯ ୱିକେଟରେ ହରାଇଲା ଶ୍ରୀଲଙ୍କା

ହୋବାର୍ଟ : ଆଇସିସି ଟି-୨୦ ବିଶ୍ୱକପର ରବିବାର ଅନୁଷ୍ଠିତ ମ୍ୟାଚରେ ଶ୍ରୀଲଙ୍କା ୯ ୱିକେଟରେ ଆୟର୍ଲାଣ୍ଡକୁ ହରାଇ ସୁପର-୧୨ ଅଭିଯାନ ଆରମ୍ଭ କରିଛି । ଆୟର୍ଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ଆଠ ୱିକେଟ୍ ହରାଇ କେବଳ ୧୨୮ ରନ୍ କରିଥିଲା । ଲୋର୍କାନ୍ ଟକର୍ ଏବଂ ପଲ୍ ଷ୍ଟର୍ଲିଂଙ୍କ ବ୍ୟତୀତ ଆୟର୍ଲାଣ୍ଡର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ଦଳ ପକ୍ଷରୁ ଟକର୍ ସର୍ବାଧିକ ୪୫ ଏବଂ ଷ୍ଟର୍ଲିଂ ୩୪ ରନ୍ କରିଥିଲା। ଶ୍ରୀଲଙ୍କା ପାଇଁ ଓ୍ବାନିନ୍ଦୁ ହସରଙ୍ଗା ଏବଂ ମହିଷ ତୀକ୍ଷାନା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଆୟର୍ଲାଣ୍ଡ ପ୍ରଦତ୍ତ ୧୨୯ ରନର ବିଜୟ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ମାତ୍ର ୧୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୩୩ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। କୁସଲ ମେଣ୍ଡିସ୍ ୪୩ ବଲରୁ ୬୮ ରନ୍ କରି ଅପରାଜିତ ରହିଥିବା ବେଳେ ଏବଂ ଚରିତ୍ ଅସଲଙ୍କା ୨୨ ବଲରୁ ୩୧ ରନ୍ କରିଥିଲେ। ଧନଞ୍ଜୟ ଡି ସିଲଭା ୨୫ ବଲରୁ ୩୧ ରନ୍ କରି ଆଉଟ୍ ହୋଇଥିଲେ।

ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡରେ ଶ୍ରୀଲଙ୍କା ନାମିବ୍ୟା ଠାରୁ ୫୫ ରନରେ ହାରିବା ପରେ ଜବରଦସ୍ତ ଶ୍ରୀଲଙ୍କା ୟୁଏଇ ଏବଂ ନେଦରଲାଣ୍ଡସକୁ ହରାଇ ମୁଖ୍ୟ ତଥା ସୁପର-୧୨ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ସେହିପରି ଆୟର୍ଲାଣ୍ଡ ପ୍ରଥମ ରାଉଣ୍ଡରେ ଜିମ୍ବାୱେ ଠାରୁ ହାରିବା ପରେ ସ୍କଟଲ୍ୟାଣ୍ଡକୁ ୬ ୱିକେଟ ଏବଂ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇ ସୁପର -୧୨ ଟିକେଟ୍ ହାତେଇଥିଲା ।

Exit mobile version