Site icon ଆଜିକାଲି

ଆଜିଠୁ ଟି-୨୦ ବିଶ୍ୱକପ୍‌, ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ନାମ୍ବିଆ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ କ୍ରିିକେଟ ଦୁନିଆର ସବୁଠୁ ଆକର୍ଷଣୀୟ ଆଇସିସି ଟି-୨୦ ବିଶ୍ୱକପ୍ । ଟି୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ପାଇଁ ଉତ୍ସବ ମୁଖର ସାରା ବିଶ୍ୱ । ମୋଟ ୧୬ ଟି ଦେଶକୁ ନେଇ ଆୟୋଜିତ ଏହି ବିଶ୍ୱକପ ଅଷ୍ଟ୍ରେଲିଆର ୭ ଟି ଷ୍ଟାଡିୟମରେ ଖେଳ ହେବ । ଆଜିଠୁ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ । ଆଇସିସିର ମାନ୍ୟତା ଭିତରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ଥାନ ସମେତ ୮ ଟି ଦେଶ ସୁପର ୧୨ ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି । ପ୍ରଥମ ରାଉଣ୍ଡରେ ଦୁଇଟି ଗ୍ରୁପରେ ୮ ଟି ଦଳ ରହିଛନ୍ତି । ଦୁଇଟି ଗ୍ରୁପ୍ରୁ ଦୁଇଟି ଲେଖାଏଁ ଶ୍ରେଷ୍ଠ ଟିମ ସୁପର ୧୨ ପାଇଁ ଉତିର୍ଣ୍ଣ ହେବେ ।

ଆଜି ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ସକାଳ ସାଢେ ୯ଟାରେ ଆରମ୍ଭ ହେବ ମ୍ୟାଚ। ଉଭୟ ଦେଶ ଗତବର୍ଷ ସୁପର୍‌-୧୨ ଖେଳିଥିବାରୁ ନିଶ୍ଚିତ ଚାପରେ ରହି‌ବେ। ପ୍ରଥମ ରାଉଣ୍ଡ୍ ଲାଗି ଗ୍ରୁପ୍ ‘ଏ’ରେ ଶ୍ରୀଲଙ୍କା, ନେଦରଲାଣ୍ଡସ୍‌, ନାମିବ୍ୟା, ୟୁଏଇ ଏବଂ ଗ୍ରୁପ୍ ‘ବି’ରେ ୱେଷ୍ଟଇଣ୍ଡିଜ୍, ସ୍କଟଲାଣ୍ଡ୍ , ଜିମ୍ବାୱେ, ଆୟର୍ଲାଣ୍ଡ ରହିଛନ୍ତି। ଉଭୟ ଗ୍ରୁପ୍‌ରୁ ଶୀର୍ଷ ୨ ଦେଶକୁ ନେଇ ମୋଟ ୪ ଦଳ ସୁପର୍ ୧୨ ପର୍ଯ୍ୟାୟକୁ ଯିବା ପରେ ଶନିବାରଠାରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ।

ପୂର୍ବରୁ ଖେଳାଯାଇଥିବା ୭ଟି ଟି-୨୦ ବିଶ୍ୱକପରୁ ୨୦୦୭ରେ ଭାରତ ପ୍ରଥମ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲା। ୱେଷ୍ଟିଇଣ୍ଡିଜ ଦୁଇଥର ବିଜୟୀ ହୋଇଥିବା ବେଳେ ଭାରତ ସମେତ ପାକିସ୍ତାନ, ଇଂଲଣ୍ଡ, ଆଷ୍ଟ୍ରେଲିଆ, ଶ୍ରୀଲଙ୍କା ଥରେ ଲେଖାଏଁ ଟାଇଟଲ ହାସଲ କରିଛନ୍ତି।

Exit mobile version