Site icon ଆଜିକାଲି

ଟି-୨୦ ବିଶ୍ୱକପ : ସୁପର ୧୨ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ : କୁସଲ ମେଣ୍ଡିସଙ୍କ ୭୯ ରନର ଇନିଂସ୍ ବଳରେ ଏସିଆ କପ୍ ଚାମ୍ପିୟନ ଶ୍ରୀଲଙ୍କା ଗୁରୁବାର ଏଠାରେ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ନେଦରଲ୍ୟାଣ୍ଡ୍ସକୁ ୧୬ ରନରେ ହରାଇ ଟି-୨୦ ବିଶ୍ୱକପର ସୁପର ୧୨ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।

ପରାଜୟ ସତ୍ତ୍ୱେ ନେଦରଲ୍ୟାଣ୍ଡ୍ସ ଦଳ ମଧ୍ୟ ସୁପର ୧୨ରେ ପହଞ୍ଚିଛି । ଗ୍ରୁପ୍ ଏ’ର ଶେଷ ମ୍ୟାଚରେ ୟୁଏଇ ନାମିବ୍ୟାକୁ ପରାସ୍ତ କରିବାରୁ ନେଦରଲ୍ୟାଣ୍ଡ୍ସ ପାଇଁ ସୁପର ୧୨ ପଥ ପରିଷ୍କାର ହୋଇଯାଇଥିଲା । ଟି-୨୦ ବିଶ୍ୱକପରେ ୟୁଏଇର ଏହା ପ୍ରଥମ ବିଜୟ ଥିଲା। ନେଦରଲ୍ୟାଣ୍ଡ୍ସ ଗ୍ରୁପ୍ ଏ’ରେ ପୂର୍ବରୁ ନାମିବ୍ୟା ଓ ୟୁଏଇକୁ ହରାଇଥିଲା ।

ପ୍ରଥମ ମ୍ୟାଚ୍‌ରେ ନାମିବ୍ୟାକୁ ହରାଇଥିବା ଶ୍ରୀଲଙ୍କା ଦଳ ପାଇଁ ମେଣ୍ଡିସ୍ ୪୪ ଟି ବଲରେ ୭୯ ରନର ଇନିଂସ ଖେଳିଥିବା ବେଳେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ୍ ବିନିମୟରେ ୧୬୨ ରନ୍ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ୯ ଓ୍ବିକେଟ୍ ହରାଇ କେବଳ ୧୪୬ ରନ୍ କରିବାକୁ ସମର୍ଥ ହୋଇଥିଲା । ୱାନିନ୍ଦୁ ହାସରାଙ୍ଗା ଚାରି ଓଭରରେ ୨୮ ରନ ଦେଇ ତିନୋଟି ୱିକେଟ୍ ନେଇଥିବାବେଳେ ମହିଷ ତୀକ୍ଷାନା ଦୁଇଟି ୱିକେଟ୍ ନେଇଥିଲେ।

ନେଦରଲ୍ୟାଣ୍ଡ୍ସ ପାଇଁ ଓପନର୍ ମ୍ୟାକ୍ସ ଓ’ଡାଉଡ ୬ଟି ଚୌକା ଓ ୩ଟି ଛକା ସହାୟତାରେ ୫୩ ବଲରୁ ଅପରାଜିତ ୭୧ ରନ୍ କରିଥିଲେ। ତେବେ ସେ ଅନ୍ୟ ପଟରୁ କୌଣସି ସମର୍ଥନ ପାଇନଥିଲେ । ଶ୍ରୀଲଙ୍କା ସୁପର ୧୨ର ଗ୍ରୁପ୍ର-୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ସହ ଯୋଗ ଦେଇଥିବା ବେଳେ ନେଦରଲ୍ୟାଣ୍ଡ୍ସ ଗ୍ରୁପ୍ ୨ରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ରହିଛନ୍ତି ବିନ୍ନି।

Exit mobile version