Site icon ଆଜିକାଲି

ପାକିସ୍ତାନକୁ ତାଲିବାନର ଯୁଦ୍ଧ ଧମକ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧ ବେଳର ଫଟୋ ସେୟାର କରି ପାକିସ୍ତାନକୁ ତାଲିବାନର ଯୁଦ୍ଧ ଧମକ । କତରରେ ତାଲିବାନର ବରିଷ୍ଠ ନେତା ଅହମ୍ମଦ ୟାସିର ଟ୍ବିଟ୍ କରି ୧୯୭୧ ଭଳି ଅବସ୍ଥା କରିବେ ବୋଲି କହିଛନ୍ତି । ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପାକିସ୍ତାନ ଗୃହମନ୍ତ୍ରୀ ଆଫଗାନିସ୍ଥାନରେ ଲୁଚିଥିବା ଟିଟିପି ସଂଗଠନ ଠିକଣାରେ ଆକ୍ରମଣ କରିବା ବୟାନ ଦେବା ପରେ ୧୯୭୧ ଯୁଦ୍ଧ ଦୋହରାଇବା ଧମକ ଦେଇଛନ୍ତି ତାଲିବାନ ନେତା ।

ପାକିସ୍ତାନ-ଆଫଗାନିସ୍ଥାନ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି । ଅଧିକାଂଶ ସମୟରେ ଯୁଦ୍ଧର ଧମକ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ତହରିକ୍-ଏ-ତାଲିବାନ ପାକିସ୍ତାନ । ଟିଟିପିକୁ ନେଇ ପାକିସ୍ତାନ ବାରମ୍ବାର କଡ଼ା ଅଭିମୁଖ୍ୟ ଦେଖାଉଛି । ଏନେଇ ତାଲିବାନର ବରିଷ୍ଠ ଅଧିକାରୀ ଅହମ୍ମଦ ୟାସିର ଟ୍ବିଟ୍ କରି ୧୯୭୧ ଯୁଦ୍ଧର ପୁନରାବୃତ୍ତି ହେବ ବୋଲି ଧମକ ଦେଇଛନ୍ତି । ୟାସିର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପାକିସ୍ତାନ ସେନା ଅଧିକାରୀ ଆତ୍ମସମର୍ପଣ କରି ଚୁକ୍ତି ପତ୍ରରେ ଦସ୍ତଖତ କରୁଛନ୍ତି ।

Exit mobile version