ଚେନ୍ନାଇ: କେନ୍ଦ୍ରର ପ୍ରସ୍ତାବିତ ‘ଏକ ଦେଶ, ଏକ ନିର୍ବାଚନ’ ନୀତି ବିରୋଧରେ ବୁଧବାର ତାମିଲନାଡୁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି ।ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ଆଉ ଏକ ପ୍ରସ୍ତାବ ମଧ୍ୟ ଆଗତ କରି ଜନଗଣନା ଆଧାରରେ ୨୦୨୬ ପରେ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଗକୁ ନ ବଢ଼ାଇବାକୁ ଦାବି କରିଛନ୍ତି ।
ତାମିଲନାଡୁ ବିଧାନସଭାରେ ଗୃହୀତ ପ୍ରସ୍ତାବରେ କୁହାଯାଇଛି – ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପଦକ୍ଷେପ ଗଣତନ୍ତ୍ର ବିରୋଧୀ, ଅକରଣୀୟ ଓ ଭାରତର ସମ୍ବିଧାନ ସପକ୍ଷରେ ନୁହେଁ। ଏହାକୁ କାର୍ଯ୍ୟକାରୀ ନ କରିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି ।
ପ୍ରସ୍ତାବରେ କୁହାଯାଇଛି ଯେ, “ଭାରତ ପରି ଏକ ବୃହତ ତଥା ବିବିଧ ଦେଶରେ ବିଭିନ୍ନ ସମୟରେ ପୌର-ପଞ୍ଚାୟତ ସଂସ୍ଥା, ରାଜ୍ୟ ବିଧାନସଭା ଏବଂ ସଂସଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଜନ କୈନ୍ଦ୍ରିକ ପ୍ରସଙ୍ଗ ଆଧାରରେ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ। ଏହା ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଅବଧାରଣ ବିରୁଦ୍ଧ।