Site icon ଆଜିକାଲି

ଶତ୍ରୁପକ୍ଷକୁ କଡା ଜବାବ ଦେବାକୁ ନୌସେନାରେ ସାମିଲ ହେଲା ତାରାଗିରି

ମୁମ୍ବାଇ : ଦିନକୁ ଦିନ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା । ଶତ୍ରୁପକ୍ଷକୁ କଡା ଜବାବ ଦେବାକୁ ନୌସେନାରେ ସାମିଲ ହୋଇଛି ତାରାଗିରି । ମାଜାଗାଓଁ ଡକି ସିପବିଲ୍ଡର୍ସ ଲିମିଟେଡ ଦ୍ବାରା ନିର୍ମିତ ଦ୍ରୁତଗାମୀ ଯୁଦ୍ଧଜାହାଜ ତାରାଗିରି ମୁମ୍ବାଇରେ ଜଳାବତରଣ କରିଛି । ଏହାର ଶୁଭାରମ୍ଭ ପାଇଁ କୌଣସି ସମାରୋହ କରାଯାଇ ନାହିଁ କେବଳ ଔପଚାରିକତା ମାଧ୍ୟମରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଫଳରେ ଜଳପଥରେ ମଧ୍ୟ ଭାରତୀୟ ସେନାର ଶକ୍ତି ବୃଦ୍ଧି ହୋଇଛି ।

ଏହାକୁ ନୌସେନାର ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଇଛି । ୫୦ ହଜାର କୋଟି ଟଙ୍କାରେ ୭ଟି ଯୁଦ୍ଧ ଜାହାଜ ନିର୍ମାଣ କରାଯିବ । ଏଥିମଧ୍ୟରୁ ୪ଟି ମାଜାଗାଓଁ ଡକି ସିପବିଲ୍ଡର୍ସ ଲିମିଟେଡରେ ନିର୍ମିତ ହେଉଥିବାବେଳେ, ୩ଟି ଗାର୍ଡେନ ରିଚ୍‌ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସରେ ତିଆରି ହେଉଛି । ଏହି ସବୁ ଜାହାଜରେ ଘାତକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ ଖଞ୍ଜାଯାଉଛି । ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଉଥିବା ଭାରତରେ ଥିବା ପାହାଡର ନାମ ଅନୁସାରେ କରାଯାଇଛି ।

Exit mobile version