Site icon ଆଜିକାଲି

ଆଇପିଏଲ୍ ଟାଇଟଲ୍ ଅଧିକାର ବଜାୟ ରଖିଲା ଟାଟା ଗ୍ରୁପ୍

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ଅଧିକାର ବଜାୟ ରଖିଛି | ରେକର୍ଡ ୨୫୦୦ କୋଟି ମୂଲ୍ୟରେ ଟାଟା ଗ୍ରୁପ୍ ୨୦୨୪ ରୁ ୨୦୨୮ ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ଅଧିକାର ହାସଲ କରିଛି । ଅର୍ଥାତ୍ ଟାଟା ଗ୍ରୁପ୍ ପ୍ରତି ସିଜନ ପିଛା ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବ ।

ଆଇପିଏଲ୍ ଟାଇଟଲ୍ ଅଧିକାର ଦୌଡ଼ରେ ଟାଟା ଗ୍ରୁପ୍ ସହ ଆଦିତ୍ୟ ବିର୍ଲା ଗ୍ରୁପ୍ ମଧ୍ୟ ଥିଲା। କିନ୍ତୁ ଟାଟା ଟାଇଟଲ୍ ଅଧିକାର ବଜାୟ ରଖିବାରେ ସଫଳ ହୋଇଛି ।

ଚୀନୀ ମୋବାଇଲ୍ କମ୍ପାନୀ ‘ଭିଭୋ’ ଓହରିବା ପରେ ଟାଟା ଗ୍ରୁପ୍ ୨୦୨୨ ଓ ୨୦୨୩ ସିଜନରେ ମଧ୍ୟ ଆଇପିଏଲର ଟାଇଟଲ୍ ପ୍ରାୟୋଜକ ହୋଇଥିଲା । ଟାଟା ଗ୍ରୁପ୍ ଗତବର୍ଷ ଠାରୁ ଲଞ୍ଚ୍ ହୋଇଥିବା ମହିଳା ପ୍ରିମିୟର ଲିଗର ମଧ୍ୟ ଟାଇଟଲ୍ ପ୍ରାୟୋଜକ ରହିଛି ।

Exit mobile version