Site icon ଆଜିକାଲି

ବିଶ୍ୱକପ ପାଇଁ ଉନ୍ମୋଚିତ ହେଲା ଟିମ୍ ଇଣ୍ଡିଆ ଜର୍ସି

ନୂଆଦିଲ୍ଲୀ: ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି । କିଟ୍ ସ୍ପନସର ଆଡିଡାସ୍ ଦ୍ବାରା ତିଆରି ଏହି ଜର୍ସିର କାନ୍ଧ ଅଞ୍ଚଳରେ ତ୍ରିରଙ୍ଗା ରଙ୍ଗ ରହିଛି ।

ଏହି ବର୍ଷ ଜୁନ୍ ମାସରେ ଆଡିଡାସ୍ ଭାରତର ଜର୍ସି ପ୍ରାୟୋଜକ ହୋଇଥିଲା । ସେତେବେଳେ ଜାରି ହୋଇଥିବା ଟିମ୍ ଇଣ୍ଡିଆର ଜର୍ସି କାନ୍ଧରେ ୩ଟି ଧଳା ରଙ୍ଗର ରେଖା ଥିଲା । ସେହି ରେଖାଗୁଡ଼ିକ ସ୍ଥାନରେ ବର୍ତ୍ତମାନ ତ୍ରିରଙ୍ଗା ରଙ୍ଗ ରହିଛି, ଅର୍ଥାତ୍ ଉପରେ ଗେରୁଆ, ମଝିରେ ଧଳା ଏବଂ ତଳ ଭାଗରେ ସବୁଜ ରଙ୍ଗର ରେଖା ଦେଖିବାକୁ ମିଳୁଛି | ବିସିସିଆଇ ଥିମ୍ ଗୀତ ‘୩କା ଡ୍ରିମ୍ ହୈ ଅପନା’ ସହିତ ଭାରତୀୟ ଦଳର ଜର୍ସି ଲଞ୍ଚ କରିଛି। ଏହି ଗୀତରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମାନ ଗିଲ, ଶାର୍ଦ୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜ ନଜର ଆସୁଛନ୍ତି।

FacebookTwitterLinkedinWhatsapp
Exit mobile version