Site icon ଆଜିକାଲି

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହେଲେ ତେଜସ୍ୱୀ

ନୂଆଦିଲ୍ଲୀ: ‘ଚାକିରି ପାଇଁ ଜମି’ ଦୁର୍ନୀତି ମାମଲାରେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ଜେରା ପାଇଁ ହାଜର ହୋଇଛନ୍ତି। ସକାଳ ପ୍ରାୟ ୧୦.୩୦ ସମୟରେ ତେଜସ୍ୱୀ ସିବିଆଇ ମୁଖ୍ୟାଳୟକୁ ଆସିଥିଲେ।

ପୂର୍ବରୁ ସିବିଆଇ ତାଙ୍କୁ ତିନି ତିନି ଥର (୨୮ ଫେବୃଆରୀ, ୪ ମାର୍ଚ୍ଚ ଓ ୧୧ ମାର୍ଚ୍ଚ) ସମନ କରିଥିଲେ ମଧ୍ୟ ସେ ଆସିନଥିଲେ। କିନ୍ତୁ ଗତ ସପ୍ତାହରେ ସିବିଆଇ ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲା ଯେ ତେଜସ୍ୱୀ ଯାଦବଙ୍କୁ ଗିରଫ କରାଯିବ ନାହିଁ।

ଅପରପକ୍ଷରେ ତାଙ୍କ ଓକିଲ ମନିନ୍ଦର ସିଂ ସିବିଆଇକୁ କହିଥିଲେ ଯେ ଏପ୍ରିଲ ୫ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନରେ ସେ ବ୍ୟସ୍ତ ଥିବାରୁ ତାଙ୍କ ମହକିଲଙ୍କୁ କିଛି ସମୟ ଦରକାର। ଶନିବାର ଓ ରବିବାର ଦିନ ବିଧାନସଭା ବସିବ ନାହିଁ। ଏଣୁ ତେଜସ୍ୱୀ ଯାଦବ ମାର୍ଚ୍ଚ ମାସରେ ଯେକୌଣସି ଶନିବାର ଦିନ ଆସିପାରନ୍ତି ବୋଲି ସିବିଆଇ ଓକିଲ ଡିପି ସିଂହ କୋର୍ଟଙ୍କୁ କହିଥିଲେ ।

Exit mobile version