Site icon ଆଜିକାଲି

ଆଜି ହାଇଦ୍ରାବାଦରେ ୧୨୫ ଫୁଟ୍‌ ଉଚ୍ଚ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଭାରତୀୟ ସମ୍ବିଧାନର ପ୍ରଣେତା ବି. ଆର୍‌. ଆମ୍ବେଦକର୍‌ଙ୍କ ୧୩୨ତମ ଜୟନ୍ତୀ ପାଳନ ଅବସରରେ ଆଜି ହାଇଦ୍ରାବାଦ୍‌ରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କର (ଆମ୍ବେଦକର୍‌) ୧୨୫ ଫୁଟ୍‌ ଉଚ୍ଚ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।

ହାଇଦ୍ରାବାଦରେ ସ୍ଥାପନ କରାଯାଇଥିବା ଏହି ପ୍ରତିମୂର୍ତ୍ତିଟି ହେଉଛି ଭାରତରେ ଥିବା ଆମ୍ବେଦକରଙ୍କ ସବୁ ପ୍ରତିମୂର୍ତ୍ତିଠାରୁ ଉଚ୍ଚତମ। ମହାଆଡ଼ମ୍ବରରେ ହେବାକୁ ଥିବା ଏହି ଉନ୍ମୋଚନ ଉତ୍ସବରେ ୧୧୯ଟି ନିର୍ବାଚନ ମଣ୍ଡଳୀରୁ ୩୫୦୦୦ ଜନତା ଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ, ସର୍ବସାଧାରଣଙ୍କ ପରିବହନ ନିମନ୍ତେ ରାଜ୍ୟ ପରିବହନ ନିଗମର ପ୍ରାୟ ୭୫୦ଟି ବସ୍‌ ଚଳାଚଳ କରିବ।

Exit mobile version